Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବଜେଟ: ୫୦ ବର୍ଷ ପାଇଁ ରାଜ୍ୟକୁ ସୁଧମୁକ୍ତ ଋଣ

    Share on :
    ajab-Image
    Date: Feb 1, 2025    Views: 4039

    ନୂଆଦିଲ୍ଲୀ: ଶନିବାର ସଂସଦରେ ସାଧାରଣ ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି । ଲଗାତାର ଅଷ୍ଟମ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । 
    ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ପର୍ଯ୍ୟଟନ ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଉଛି ସୁଧମୁକ୍ତ ଋଣ । ଆଗାମୀ ୫୦ ବର୍ଷ ପାଇଁ ରାଜ୍ୟଗୁଡ଼ିକୁ ସୁଧମୁକ୍ତ ଋଣ ପ୍ରଦାନ କରାଯିବ । ଏହାଛଡ଼ା ଜିଓ ସ୍ପେଶାଲ ମିଶନ ପ୍ରତିଷ୍ଠା କରାଯିବ । ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଜରିଆରେ ଏହାକୁ ପ୍ରତିଷ୍ଠା କରାଯିବ । ବୈଷୟିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ୧୦ ହଜାର ଫେଲୋସିପ ଦିଆଯିବ । 
    ସେହିପରି ପର୍ଯ୍ୟଟନ ବିକାଶ ପାଇଁ ୨୦ ହଜାର କୋଟି ବ୍ୟୟବରାଦ କରାଯାଇଛି । ଡେଷ୍ଟିନେସନ ଟୁରିଜିମକୁ ଅଧିକ ଗୁରୁତ୍ୱ ଦିଆଯିବ ।  ୫୦ଟି ଟୁରିଷ୍ଟ ସାଇଟର ବିକାଶ କରାଯିବ । ମେଡିକାଲ ଟୁରିଜିମକୁ ଅଧିକ ଗୁରୁତ୍ୱ ଦିଆଯିବ । 
    ସେହିପରି ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟିର ବ୍ୟବସ୍ଥା କରାଯାଇଛି । ୨୦୨୮ ସୁଦ୍ଧା ଜଳ ଜୀବନ ମିଶନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ୧୧ ଗିଗା ୱାଟ ପରମାଣୁ ଶକ୍ତି ଉପôାଦନ ନେଇ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ନୁ୍ୟକ୍ଲିର ଏନର୍ଜି ମିଶନ ପ୍ରତିଷ୍ଠା କରାଯିବ । ନୁ୍ୟକ୍ଲିର ଏନର୍ଜି ମିଶନ ପାଇଁ ୨୦ ହଜାର କୋଟି ବ୍ୟୟ ବରାଦ କରାଯାଇଛି । କ୍ଷୁଦ୍ର ମଡୁ୍ୟଲାର ରିଆକ୍ଟର ପ୍ରତିଷ୍ଠା କରି ଶକ୍ତି ଉପôାଦନ କରାଯିବ । ପରମାଣୁ ଶକ୍ତି ପାଇଁ ୨୦ ହଜାର କୋଟି ନିବେଶହେବ ।  ମଡିଫାଏଡ ଉଡ଼ାଣ ସ୍ମିମ ଲାଗୁ ହେବ । ଯୋଡ଼ି ହେବେ ଆଉ ୪ କୋଟି ବିମାନ ଯାତ୍ରୀ । ବିହାର ପାଟନାରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ପ୍ରତିଷ୍ଠା କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook