Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧୬୮୦୦ କୋଟିର ଅତିରିକ୍ତ ବଜେଟ୍‌

    Share on :
    ajab-Image
    Date: Nov 24, 2022    Views: 3405

    ଅର୍ଥମନ୍ତ୍ରୀଙ୍କ ତରଫରୁ ଉପସ୍ଥାପିତ କଲେ ପ୍ରଦୀପ ଅମାତ

    ଭୁବନେଶ୍ୱର : ବିଧାନସଭାରେ ୧୬୮୦୦ କୋଟିର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି  । ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା, ଚାଷୀଙ୍କୁ ମରୁଡ଼ି ସହାୟତା ଓ ବିଭିନ୍ନ ଅସମ୍ପୂର୍ଣ୍ଣ ପ୍ରକଳ୍ପ ସାରିବା ନିମନ୍ତେ ଅତିରିକ୍ତ ବଜେଟରେ ପ୍ରାବଧାନ କରାଯାଇଛି  ।
    ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅନୁପସ୍ଥିତ ଥିବାରୁ ପଂଚାୟତିରାଜ ଓ ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ  । ୧୬୮୦୦ କୋଟିର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି  । ସେଥିମଧ୍ୟରୁ ପ୍ରଶାସନିକ ବ୍ୟୟ ବାବଦରେ ୪୯୩୪ କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୯୨ ଶହ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୨୬୧୦ କୋଟି ୪୬ ଲକ୍ଷ ଟଙ୍କା ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତର ବାବଦରେ ୫୫ କୋଟି ୪୫ କୋଟିର ବ୍ୟୟବରାଦ କରାଯାଇଛି ।
    ବିଶେଷକରି ବଜେଟ ସ୍ଥିରୀକରଣ ପାଣ୍ଠି ପାଇଁ ୩୭ ଶହ କୋଟିର ବ୍ୟୟବରାଦ ହୋଇଛି  । ପଂଚାୟତିରାଜ ସଂସ୍ଥା ଦ୍ୱାରା ବିଦ୍ୟାଳୟ ଓ ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ରର ରକ୍ଷଣାବେକ୍ଷଣ ନିମନ୍ତେ ୧୭୩ କୋଟି ଟଙ୍କା ପ୍ରଦାନ କରାଯାଇଛି  । ବିପର୍ଯ୍ୟୟ ପାଣ୍ଠି ପାଇଁ ୨୬୧୦ କୋଟିର ବ୍ୟୟବରାଦ ହୋଇଥିବାବେଳେ ସେଥିମଧ୍ୟରୁ ଖରିଫ ଫସଲ କ୍ଷୟକ୍ଷତି ପାଇଁ ପ୍ରଭାବିତ ଚାଷୀଙ୍କୁ ୨୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ  । ଟଙ୍କିକିଆ ଚାଉଳ ଯୋଜନା ନିମନ୍ତେ ୧୬୪ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ବିଜୁୂ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନିମନ୍ତେ ୬୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି  । ଅଙ୍ଗନବାଡ଼ି କର୍ମୀ ଓ ସହାୟକଙ୍କ ଭତା ଓ ଅଙ୍ଗନବାଡ଼ି କେନ୍ଦ୍ରରେ ନୂତନ ଗ୍ୟାସ ସଂଯୋଗ ନିମନ୍ତେ ୬୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି  । 
    ଏହାଛଡ଼ା ଅନୁସୂଚିତ ଜନଜାତି ଶିକ୍ଷା ଯୋଜନା ନିମନ୍ତେ ୧୬୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି  । ମୋ ସ୍କୁଲ ଅଭିଯାନ ପାଇଁ ୩୦୬ କୋଟି ଟଙ୍କା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିମନ୍ତେ ୩୦୧ କୋଟି ଟଙ୍କା, ମଧ୍ୟାହ୍ନ ଭୋଜନ ପାଇଁ ୩୯ କୋଟିର ବ୍ୟୟବରାଦ ହୋଇଛି  । ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୫୫୦ କୋଟି, ସ୍ମାର୍ଟ ସିଟି ଯୋଜନା ପାଇଁ ୨୯୬ କୋଟି ଓ ପିଏମଏୱାଇ ପାଇଁ ୩୩ କୋଟିର ବ୍ୟୟବରାଦ ହୋଇଛି  । 
    ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ବଜେଟରେ ୧୨୮ କୋଟିର ବ୍ୟୟବରାଦ ହୋଇଥିବାବେଳେ ପର୍ଯ୍ୟଟନର ପ୍ରଚାର ପ୍ରସାର ତଥା ପର୍ଯ୍ୟଟକମାନଙ୍କ ସୂଚନା ପାଇଁ ୯୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି  । 

    Maximum 500 characters

    ତାଜା ଖବର View all

    Find Us on Facebook