Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପୂର୍ଣ୍ଣାଙ୍ଗ ବଜେଟ ଓଡ଼ିଶା ବିକାଶର ଇଞ୍ଜିନ ପାଲଟିବ:ଅର୍ଥମନ୍ତ୍ରୀ

    Share on :
    ajab-Image
    Date: Jul 7, 2022    Views: 4260

    ଭୁବନେଶ୍ୱର: ଚାଷୀ, ଗରୀବ, ମହିଳା ଓ ତଳସ୍ତରର ଲୋକମାନଙ୍କ ପାଇଁ ରାଜ୍ୟ ବଜେଟରେ ଅଧିକ ଧ୍ୟାନ ଦିଆଯାଇଛି । ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରି ରାଜ୍ୟ ବିକାଶରେ ଲମ୍ବା ପାହୁଣ୍ଡ ପାଇଁ ବଢ଼ିଛି ପୁଞ୍ଜି ବ୍ୟୟ । ଶିଳ୍ପାୟନ, ଜଳସେଚନ, କୃଷି, ସ୍ୱାସ୍ଥ୍ୟ ଓ ଗୁଣାତ୍ମକ ଶିକ୍ଷାକୁ ଅଗ୍ରାଧିକାର ଦେଇ ସରକାର ବଜେଟରେ ପାଣ୍ଠି ବରାଦ କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଓଡ଼ିଶା ବିକାଶର ଇଞ୍ଜିନ ପାଲଟିବ । ବିଧାନସଭାରେ ବଜେଟ ଆଲୋଚନାରେ ଜବାବ୍ ରଖି ଏହା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

    ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ କାର୍ୟ୍ୟକ୍ରମ ବ୍ୟୟ ୧ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି । ଯାହା କି ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୩୩ ପ୍ରତିଶତ ଅଧିକ ଅଟେ । ପୁଞ୍ଜି ବ୍ୟୟ ବାବଦକୁ ୩୮ ହଜାର ୭ ଶହ ୩୨ କୋଟି ଟଙ୍କା ଅଟକଳ ହୋଇଛି ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୫.୪ ପ୍ରତିଶତ ଅଟେ । ଚଳିତ ଆର୍ଥିକ ବର୍ଷରେ ଏହି ବାବଦକୁ ଥିବା ଆବଣ୍ଟନ ବିଗତ ବର୍ଷଠାରୁ ୫୬ ପ୍ରତିଶତ ଅଧିକ ।

    ଚଳତି ବଜେଟରେ ଅନେକଗୁଡ଼ିଏ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଛି ।  ବିଗତ କିଛି ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରୀ ବ୍ୟୟ ବୃଦ୍ଧି ପାଇଛି । ଜନସ୍ୱାସ୍ଥ୍ୟ ସେବା ପାଇଁ ୧୨ ହଜାର ୬ ଶହ ୨୪ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬ ଶହ ୬୪ କୋଟି, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ୨ ହଜାର ୩ ଶହ ୨୫ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ୨ ହଜାର ୧ ଶହ ୫୬ କୋଟି ଏବଂ ସ୍ୱାସ୍ଥ୍ୟ ଓ ଭେଷଜ ଶିକ୍ଷାରେ ୩ ଶହ ୧୨ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରଖାଯାଇଛି ।

    ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କୃଷି ବଜେଟ ନିମନ୍ତେ ୨୧ ହଜାର ୧ ଶହ ୬୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଚାଷୀ ମାନଙ୍କର ସାମଗ୍ରିକ କଲ୍ୟାଣ ନିମନ୍ତେ ’କାଳିଆ ଯୋଜନା’ରେ ୧ ହଜାର ୮୭୪ କୋଟି ଟଙ୍କାର ବ୍ୟୟ କରାଯାଇଛି । ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ମୋଟ ୨୭ ହଜାର ୩୨୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟ ବରାଦ ଅଟକଳ ୩୮ ହଜାର ୭ ଶହ ୩୨ କୋଟି ଟଙ୍କା: ଯାହା ସାମଗ୍ରିକ ରାଜ୍ୟ ଘଜରୋଇ ଉତ୍ପାଦର ୫.୪ ପ୍ରତିଶତ ଅଟେ ।

    ସେହିପରି ’ମିଶନ ଶକ୍ତି’ ଅଭିଯାନର ଗତି ବଜାୟ ରଖିବା ପାଇଁ ମିଶନ ଶକ୍ତି ବିଭାଗ ପାଇଁ ୨ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଯେଉଁଥିରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଓ ସେମାନଙ୍କର ସଂଘକୁ ଆର୍ଥିକ ସହାୟତା ପାଇଁ ୭ ଶହ ୭୩ କୋଟି ଓ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଗୃହ ନିର୍ମାଣ ଲାଗି ୧ ଶହ ୭୬ କୋଟି ଟଙ୍କା ରହିଛି ।

    ୨୦୨୨-୨୩ ଆର୍ଥିକ ବର୍ଷରେ ଐତିହ୍ୟ ସହର ପୁରୀର ବିକାଶ ପାଇଁ ABADHA ଯୋଜନାରେ ୧ ହଜାର ୩ ଶହ ୨୫ କୋଟି ଟଙ୍କା, ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ୱରେ ପ୍ରାୟ ୬୫ ଏକରରୁ ଉର୍ଦ୍ଧ୍ୱ ଜମି ପଥଚାରୀଙ୍କ ଲାଗି ଉନ୍ମୁକ୍ତ କରିବା ନିମନ୍ତେ EKAMRA ଯୋଜନାରେ ୨ ଶହ କୋଟି ଏବଂ ଝଇଗଇଖଋଓ ଯୋଜନାରେ ୨ ଶହ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରହିଛି ।

    ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରତିଷ୍ଠା, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଷ୍ଟାର୍ଟ ଅପକୁ ପ୍ରୋତ୍ସାହିତ କରିବା ପାଇଁ ମୋଟ ୧ ହଜାର ୨୬୯ କୋଟି ଆବଣ୍ଟନ ପ୍ରସ୍ତାବ ଦିଆଯାଇଛି । ଓଚଓଉଙଖକୁ ଅନୁଦାନ ଭାବରେ ୯୫ କୋଟି, ଶିଳ୍ପ ଭିତ୍ତିଭୂମି ବିକାଶ ପାଇଁ ଓଊଉଙକୁ ୧୯୭ କୋଟି, ଚଳଚ୍ଚିତ୍ର ବିକାଶ ପାଇଁ ଙୠଊଉକୁ ୫୦ କୋଟି ସହାୟତା ଦିଆଯାଇଛି ।

    ଯଦି ମୁଣ୍ଡପିଛା ଋଣ କଥା କହିବା ତାହାଲେ ୩୧ ମାର୍ଚ୍ଚ, ୨୦୨୨ ଶେଷ ସୁଦ୍ଧା ରାଜ୍ୟର ମୁଣ୍‌ଡ ପିଛା ଋଣ ୨୨,୦୪୨ ଟଙ୍କା ଥିବାବେଳେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୨୭ ହଜାର ଟଙ୍କା । ତେବେ ୧୯୯୯-୨୦୦୦ ବର୍ଷରେ ରାଜ୍ୟର ମୁଣ୍ଡପିଛା ଋଣ ୪ ହଜାର ୯୧୮ ଟଙ୍କା ଥିବାବେଳେ ମୁଣ୍ଡପିଛା ଆୟ ୧୩,୦୧୨ ଟଙ୍କା ଥିଲା । ଏହା ସ୍ପଷ୍ଠ ଦୃଶ୍ୟମାନ ଯେ ୧୯୯୯-୨୦୦୦ ମସିହାରେ ଆମର ମୁଣ୍ଡ ପିଛା ଆୟ ମୁଣ୍ଡ ପିଛା ଋଣର ୨.୬୫ ଗୁଣ ଥିବା ବେଳେ, ବର୍ତ୍ତମାନ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇ ମୁଣ୍ଡ ପିଛା ଋଣର ୫.୮ ହେଲାଣି । ମୁଣ୍ଡ ପିଛା ଋଣର ଓଡ଼ିଶା ସମସ୍ତ ରାଜମାନଙ୍କ ମଧ୍ୟରେ ନିମ୍ନତମ ଅଟେ । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook