Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବଜେଟ ଗରିବ, ଶ୍ରମିକ , ଯୁବକ ବିରୋଧୀ:ନରସିଂହ

    Share on :
    ajab-Image
    Date: Mar 31, 2022    Views: 4697

    ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବିଧାନସଭାରେ ଆସନ୍ତା ୪ ମାସ(ଏପ୍ରିଲ-ଜୁଲାଇ) ପାଇଁ କାମଚଳା ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆସନ୍ତା ୪ ମାସ ପାଇଁ ଉପସ୍ଥାପିତ ହୋଇଥିବା ବଜେଟର ପରିମାଣ ହେଉଛି ୧ଲକ୍ଷ ୬ ହଜାର କୋଟି । ତେବେ ବଜେଟକୁ ନେଇ ବିରୋଧୀ ଖୁସି ନାହାଁନ୍ତି ।  କଂଗ୍ରେସ ବିଧାୟକ ନରସିଂହ ମିଶ୍ର କାମଚଳା ବଜେଟକୁ କଡା ସମାଲୋଚନା କରି କହିଛନ୍ତି ବଜେଟ ଗରିବ ବିରୋଧୀ, ଶ୍ରମିକ ବିରୋଧୀ, ଯୁବକ ବିରୋଧୀ । ମିଥ୍ୟା ତଥ୍ୟ ଉପରେ ଆଧାରିତ ବଜେଟ । କିଛି କାମ ନକରି ସରକାର ବାଃ ବାଃ ନେଉଛନ୍ତି । ଆସନ୍ତାକାଲି ସରକାରଙ୍କ ମୁଖା ଖୋଲାଯିବ ବୋଲି କହିଛନ୍ତି ନରସିଂହ । ଏହାହସହ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ନରସିଂହ କହିଛନ୍ତି ସରକାର କହୁଛନ୍ତି ମୋ ସ୍କୁଲ । ହେଲେ ମୋ ସ୍କୁଲ ବାହାରୁ ‘ଚକଚକ’ କରୁଛି ଭିତରେ ଶିକ୍ଷକ ନାହାଁନ୍ତି । ଯେଉଁମାନେ ଶିକ୍ଷକ ହେବାକୁ ଯୋଗ୍ୟ ନୁହଁନ୍ତି ସେମାନଙ୍କୁ ନିଯୁକ୍ତି ଦିଆଯାଇଛି ।

    Maximum 500 characters

    ରାଜନୀତି View all

    Find Us on Facebook