Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନୀତିହୀନ କାମଚଳା ବଜେଟ :ପଞ୍ଚାନନ କାନୁନଗୋ

    Share on :
    ajab-Image
    Date: Mar 31, 2022    Views: 4895

    ଭୁବନେଶ୍ବର: ରାଜ୍ୟ ସରକାର ନୀତିହୀନ କାମଚଳା ବଜେଟ ଆଗତ କରିଛନ୍ତି ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ  । ସେ କହିଛନ୍ତି ଯେ, ସବୁ ବଜେଟ ଏବେ କାମଚଳା ବଜେଟରେ ପରିଣତ ହୋଇଛି ।

    କାମ ଚଳେଇ ନେବା ପାଇଁ ଏବେ ସବୁ ବଜେଟ ପ୍ରସ୍ତୁତ ହେଉଛି । କାମଚଳା ବଜେଟ ଅର୍ଥ ପ୍ରୋଗ୍ରାମ । ଏବେ ଯାହା ଲକ୍ଷ୍ୟ କରୁଛୁ ବଜେଟ ଦୁଇ ଭାଗରେ ବିଭକ୍ତ ହୋଇଗଲାଣି । ଏଥିରେ କିଛି ଯୋଜନା ନାହିଁ । ଯୋଜନା ଥିଲେ ଏହାକୁ କାମଚଳା ବଜେଟ କୁହାଯାଇନଥାନ୍ତା । କେଉଁ ଯୋଜନା ପାଇଁ କେତେ ଅର୍ଥ ବ୍ୟବସ୍ଥା ହୋଇଛି । କେଉଁ କାର୍ୟ୍ୟକ୍ରମକୁ ସରକାର ଗୁରୁତ୍ୱ ଦେଇଛନ୍ତି ଜଣାପଡିଥାନ୍ତା । ଆଡ଼ମିନିଷ୍ଟେଟିଭ ଏକ୍ସପେଣ୍ଡିଚର ଓ ପ୍ରୋଗ୍ରାମ ଏକ୍ସପେଣ୍ଡିଚର । ପ୍ରୋଗ୍ରାମ ଏକ୍ସପେଣ୍ଡିଚର ଅର୍ଥ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି, ସେହି କାର୍ୟ୍ୟକ୍ରମ ଜାରି ରହିବ ।
     ବଜେଟ ଦର୍ଶାଉଛି କି ରାଜ୍ୟର ଆୟ ବୃଦ୍ଧି ହୋଇଛି । ଦୁଇଟି ସୂତ୍ରରେ ଆୟ ବଢିଛି । ଖଣିଜ କ୍ଷେତ୍ରରେ ଆୟ ବୃଦ୍ଧି ହୋଇଛି । ଅନ୍ୟଟି ହେଉଛି ଟିକସରୁ ଆୟ । ତେବେ ସରକାର ଦେଖାଉଥିବା କ୍ୟାପିଟାଲ ଏକ୍ସପେଣ୍ଡିଚରରେ ଋଣର ମାତ୍ରା କେତେ ବୋଲି ପଞ୍ଚାନନ ପ୍ରଶ୍ନ କରିଛନ୍ତି । ସରକାର କାହିଁକି ଋଣ ଆଣୁଛନ୍ତି ? ଋଣ ଆଣିବାର କାରଣ କଣ ବୋଲି ପଞ୍ଚାନନ ପ୍ରଶ୍ନ କରିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook