Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଫେବ୍ରୁଆରୀ ୧ରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

    Share on :
    ajab-Image
    Date: Jan 14, 2022    Views: 3184

    ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଚଳିତ ଜାନୁଆରୀ ୩୧ ତାରିଖରେ ଆରମ୍ଭ ହେବ । ଏହା ଏପ୍ରିଲ ୮ ତାରିଖ ପର୍ୟ୍ୟନ୍ତ ଚାଲିବ । ଜାନୁଆରୀ ୩୧ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନରେ ଉଦବୋଧନ ଦେବେ । ତାହା ପରଦିନ, ଅର୍ଥାତ ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପୂର୍ଣ୍ଣାଙ୍ଗ ବର୍ଷର ବଜେଟ ଉପସ୍ଥାପନ କରିବେ । ବଜେଟ ଅଧିବେଶନର ପ୍ରଥମ ଭାଗ ଫେବ୍ରୁଆରୀ ୧୧ରେ ଶେଷ ହେବ । ଏକମାସ ବିରତି ପରେ ବଜେଟ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖରେ ଶେଷହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସଂସଦର ଗତ ଶୀତ ଅଧିବେଶନ ୨୦୨୧ ନଭେମ୍ବର ୨୯ରେ ଆରମ୍ଭ ହୋଇ ଡିସେମ୍ବର ୨୨ରେ ଶେଷ ହୋଇଥିଲା । ଅବଶ୍ୟ ଏହା ତାହାର ଧାର୍ୟ୍ୟ ସମୟ ଡିସେମ୍ବର ୨୩ର ଦିନକ ପୂର୍ବରୁ ଶେଷ ହୋଇଥିଲା ।

    Maximum 500 characters

    ତାଜା ଖବର View all

    Find Us on Facebook