Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଜାନୁୟାରୀ ୩୧ରୁ ସଂସଦର ବଜେଟ ଅଧିବେଶନ

    Share on :
    ajab-Image
    Date: Jan 14, 2022    Views: 3124

    ନୂଆଦିଲ୍ଲୀ: ଜାନୁୟାରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ଦୁଇଟି ପର୍ୟ୍ୟାୟରେ ବଜେଟ୍ ଅଧିବେଶନ ଚାଲିବ । ଫେବୃୟାରୀ ୧ରେ ଆଗତ ହେବ କେନ୍ଦ୍ର ବଜେଟ୍ । ଜାନୁୟାରୀ ୩୧ ରୁ ଫେବୃୟାରୀ ୧୧ ପ୍ରଥମ ପର୍ୟ୍ୟାୟ ଅଧିବେଶନ ଏବଂ ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ତାରିଖ ଯାଏଁ ଦ୍ବିତୀୟ ପର୍ୟ୍ୟାୟ ବଜେଟ୍ ଅଧିବେଶନ ଚାଲିବ । ଅଧିବେଶନର ପ୍ରଥମ ଦିନ ପାର୍ଲାମେଣ୍ଟର ଉଭୟ ଗୃହର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧନ କରିବେ । ଏନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି ।

    ସୂଚନା ଅନୁଯାୟୀ, ଫେବୃୟାରୀ ୧ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ । ଏଥିପାଇଁ ଖୁବ୍ ଜୋରସୋରରେ ପ୍ରସ୍ତୁତି ଚାଲିଛି । କୋଭିଡ ସଙ୍କଟ ମଧ୍ୟରେ ବଜେଟ ଅଧିବେଶନ ହେବାକୁ ଥିବାରୁ ଏହି ସମୟରେ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯିବ । ତେବେ ଚଳିତ ବଜେଟ୍‌ରେ କୃଷି କ୍ଷେତ୍ରକୁ ବିଶେଷ ଧ୍ୟାନ ଦିଆଯିବା ନେଇ କୁହାଯାଉଛି ।

    Maximum 500 characters

    ତାଜା ଖବର View all

    Find Us on Facebook