Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବୁଦ୍ଧ ପୂର୍ଣ୍ଣିମା

ମୁଖ୍ୟ ଖବର

    ବୁଦ୍ଧ ପୂର୍ଣ୍ଣିମା; ଜାଣନ୍ତୁ ତାତ୍ପର୍ଯ୍ୟ

    Share on :
    ajab-Image
    Date: May 5, 2023    Views: 4154

    ବୌଦ୍ଧ ଧର୍ମ ଗ୍ରନ୍ଥର ତଥ୍ୟ ଅନୁଯାୟୀ ଗୌତମ ବୁଦ୍ଧ ଖ୍ରୀଷ୍ଟପୂର୍ବ ୫୬୩ରେ ଆଜିର ନେପାଳ ଅନ୍ତର୍ଗତ ଲୁମ୍ବିନିରେ ଜନ୍ମଗ୍ରହଣ କରିଥିଲେ। ପ୍ରତି ବର୍ଷ ବୈଶାଖ ମାସର ପୂର୍ଣ୍ଣିମାରେ ବୁଦ୍ଧଙ୍କର ଜନ୍ମଦିନ ପାଳନ କରାଯାଇଥାଏ। ଏହି ଦିନରେ ବୁଦ୍ଧ ବୋଧଗୟାର ବୋଧି ବୃକ୍ଷ ତଳେ ବୁଦ୍ଧତ୍ବ ପ୍ରାପ୍ତ ହୋଇଥିଲେ, ସାରନାଥରେ ପ୍ରଥମ ଉପଦେଶ ଦେଇଥିଲେ ଏବଂ କୁଶୀନଗରରେ ନିର୍ବାଣ ପ୍ରାପ୍ତ ହୋଇଥିଲେ ବୋଲି ବିଶ୍ବାସ କରାଯାଏ। ଗୌତମ ବୁଦ୍ଧ ହେଉଛନ୍ତି ବୌଦ୍ଧ ଧର୍ମର ସଂସ୍ଥାପକ। ଏହି ଧର୍ମ ଲୋଭ ଓ ସଂଯମ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର କଳା ଶିଖାଇଥାଏ ଏବଂ ପାର୍ଥିବ ସୁଖ ଠାରୁ ଦୂରେଇ ଯାଇ ଜ୍ଞାନୋଦୟର ପଥରେ ଅଗ୍ରସର ହେବାକୁ ଅନୁପ୍ରାଣିତ କରିଥାଏ।

    ବିଶେଷ କରି ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ବୁଦ୍ଧ ପୂର୍ଣ୍ଣିମା ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଦିବସ। ଭଗବାନ ବୁଦ୍ଧଙ୍କ ଶିକ୍ଷା ଅଧ୍ୟୟନ, ପ୍ରାର୍ଥନା, ଧ୍ୟାନ କରିବା ସହିତ ଏହାର ପ୍ରସାର କରି ଏହି ପର୍ବ ପାଳନ କରାଯାଇଥାଏ। ଭାରତ ସମେତ ନେପାଳ, ଭୁଟାନ, ବର୍ମା, ଥାଇଲାଣ୍ଡ, ତିବ୍ବତ, ଚୀନ, କୋରିଆ, ଭିଏତ୍‌ନାମ, ମଙ୍ଗୋଲିଆ ଆଦି ଦେଶରେ ଲୋକେ ବୁଦ୍ଧ ଜୟନ୍ତୀ ପାଲନ କରିଥାନ୍ତି।

    Maximum 500 characters

    ବୁଦ୍ଧ ପୂର୍ଣ୍ଣିମା View all

    Find Us on Facebook