Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

buddha purnima

ମୁଖ୍ୟ ଖବର

    ବୁଧ ପୁର୍ଣ୍ଣିମା ଦିନ ପଡ଼ୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

    Share on :
    ajab-Image
    Date: May 4, 2023    Views: 3832

    ଭୁବନେଶ୍ୱର: ଏହି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଆସନ୍ତା ମେ’ ୫ ତାରିଖ ଦିନ ପଡିବାକୁ ଯାଉଛି, ଏହି ଦିନ ବୁଧ ପୁର୍ଣିମା ଅଟେ  । ତେବେ ଏହି ବର୍ଷ ୪ଟି ଗ୍ରହଣ ଲାଗିବ ବୋଲି ଗଣନା କରା ଯାଇଛି ତେବେ ଦୁଇଟି ଚନ୍ଦ୍ର ଗ୍ରହଣ ରହିବ ଆଉ ଦୁଇଟି ସୂର୍ଯ୍ୟ ପରାଗ ରହିବ ବୋଲି କୁହାଯାଇଛି  । ତେବେ ଆସନ୍ତା ଚନ୍ଦ୍ର ଗ୍ରହଣ ଏକ ଉପଛାୟା ଚନ୍ଦ୍ର ଗ୍ରହଣ ବୋଲି କୁହାଯାଉଛି  । ତେବେ ଆଜି ଆମେ ଆପଣଙ୍କୁ ଏହାର ଆରମ୍ଭ ଆଉ ଗ୍ରାସ ସମୟ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଆବଶ୍ୟକ ଅଟେ  । ଚନ୍ଦ୍ର ଗ୍ରହଣ ଲାଗିବା ପରେ କିଛି ରାଶିଙ୍କ ଜୀବନରେ ବିପଦ ଆସିବାକୁ ଯାଉଛି ତାଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ  ।

    ଗଣନା ଅନୁଯାଇ କୁହା ଯାଇଛି ଯେ ଏହି ଚନ୍ଦ୍ର ଗ୍ରହଣ ଅପରାହ୍ନ ୨:୧୭ ମିନିଟ ଠାରୁ ଆରମ୍ଭ ହବ ଆଉ ସନ୍ଧ୍ୟା ୭:୧୮ ମିନିଟେରେ ଶେଷ ହୋଇଯିବ ତେବେ ଏହି ସମୟରେ ଭାରତରେ ଏହା ଦୃଶ୍ୟମାନ ହବ ନାହିଁ ବୋଲି କୁହା ଯାଇଛି  । ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ସନ୍ଧ୍ୟାରେ କିଛି ସମୟ ପାଇଁ ଆପଣ ମାନେ ଗ୍ରାସ ଦେଖି ପାରିବେ ତେବେ ଏହା ଏହା ଉପଛାୟା ଚନ୍ଦ୍ର ଗ୍ରହଣ ଏହା ମାନ୍ୟ ହବ ନାହିଁ କାହିଁକିନା ଗ୍ରହଣ ଖାଲି ଆଖିରେ ଦେଖା ଜୀବ ନାହିଁ ଆପଣ ମାନଙ୍କ ଘରେ କିନ୍ତୁ ଯଦି ଗର୍ଭବତୀ ମହିଳା ଅଛନ୍ତି ତେବେ ବଞ୍ଚାଇ ରଖନ୍ତୁ ତାଙ୍କୁ ବାହାରକୁ ଆସିବାକୁ ଦିଅନ୍ତୁ ନାହିଁ  । ସମସ୍ତ ଗର୍ଭବତୀ ମହିଳାଙ୍କୁ ଏହା କହିବାକୁ ଚାହୁଞ୍ଚୁ ଯେ ଗ୍ରହଣ ସମୟରେ ବାହାରକୁ ଯିବେ ନାହିଁ  ।

    ଏହି ଦିନ ଆପଣ ମାନେ ନୀଳ ବା କଳା ରଙ୍ଗ ବସ୍ତ୍ର ଧାରଣ କରିବେ ନହିଁ ଏହା ଛଡା ଘର ଭିତରେ କବାଟ ଝରକା ଦେଇକି ରଖିବେ ଯେମିତି ଆପଣଙ୍କ ଗର୍ଭ ଉପରେ ସୂର୍ଯ୍ୟ ବା ଚନ୍ଦ୍ର କିରଣ ପଡିବ ନାହିଁ  । ଚନ୍ଦ୍ର ଗ୍ରହଣ ହେଉ ବା ସୂର୍ଯ୍ୟ ପରାଗ ଏହାର ଖରାପ ପ୍ରଭାବ ରାଶି ମାନଙ୍କ ଉପରେ ମଧ୍ୟ ଦେଖିବାକୁ ମିଳିଥାଏ ଯାହା ଆମ ପାଇଁ ଭଲ ହୋଇନଥାଏ ତେବେ ଆସନ୍ତା ସମୟ ଏହି ରାଶି ମାନଙ୍କ ପାଇଁ ଖରାପ ସମୟ ରହିବାକୁ ଯାଉଛି ତାଙ୍କ ନାମ ହେଲା ମେଷ, କର୍କଟ, ତୁଳା ଏବଂ ମକର ରାଶି  । ଆପଣ ମାନେ ସମସ୍ତଙ୍କୁ ସାବଧାନ ହୋଇ ରହିବା ବହୁତ ଆବଶ୍ୟକ ଆପଣଙ୍କ ଜୀବନରେ ଏମିତି କିଛି ଘଟିବାକୁ ଯାଉଛି ଝା ଆପଣ କେବେ ଭାବି ନଥିବେ, ଆପଣ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ଏହା ଦ୍ୱାରା ଆପଣ ବହୁତ ଦୁର୍ଭାଗ୍ୟ ଦୂର କରି ପାରିବେ  । ଏହି ଲୋକଙ୍କ କାର୍ଯ୍ୟ କ୍ଷେତ୍ରରେ ବହୁତ ଅସୁବିଧା ହବାକୁ ଯାଉଛି, ଏହା ସହ ଆର୍ଥିକ ସମସ୍ୟା ମଧ୍ୟ ଦିନକୁ ଦିନ ବଢିବାକୁ ଲାଗିବ  ।

    Maximum 500 characters

    buddha purnima View all

    Find Us on Facebook