Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପାକ୍‌ କବଜାରେ ବିଏସ୍‌ଏଫ୍‌ ଯବାନ

    Share on :
    ajab-Image
    Date: Apr 24, 2025    Views: 4030

    ନୂଆଦିଲ୍ଲୀ: ପୁଣି ଭାରତ-ପାକ୍‌ ସୀମାରେ ବଡ଼ ଘଟଣା । ପାକ୍‌ କବଜାରେ ବିଏସ୍‌ଏଫ୍‌ ଯବାନ । ଭାରତର ଜଣେ ବିଏସ୍‌ଏଫ୍‌ ଯବାନଙ୍କୁ ଅଟକ ରଖିଲେ ପାକ୍‌ ରେଞ୍ଜର୍ସ । ଅଜାଣତରେ ସୀମା ପାର କରିଥିବା ଯବାନଙ୍କୁ ଅଟକାଇଲା ପାକିସ୍ତାନ । ଫିରୋଜପୁରରେ ସୀମା ଅତିକ୍ରମ କରିଥିବା ପାକିସ୍ତାନର ଅଭିଯୋଗ । କାଲିଠୁ ପାକ୍‌ ରେଞ୍ଜର୍ସ କବଜାରେ ବିଏସ୍‌ଏଫ୍‌ ଯବାନ ରହିଛନ୍ତି । ଏନେଇ ବିଏସ୍‌ଏଫ୍‌ ଅଧିକାରୀ ଓ ପାକ୍‌ ରେଞ୍ଜର୍ସ ମଧ୍ୟରେ ଆଲୋଚନା ହୋଇଛି ।

    ସେପଟେ ଆତଙ୍କବାଦକୁ ନେଇ ପ୍ରଧାନମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ ପରେ ନୂଆଦିଲ୍ଲୀରେ ବଡ଼ ହଲ୍‌ଚଲ୍ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଗୃହ ମନ୍ତ୍ରୀ ଅମିତ୍ ଶାହ । ସର୍ବଦଳୀୟ ବୈଠକ ପୂର୍ବରୁ ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ତେଣୁ ପାକିସ୍ତାନ ଉପରେ ଭାରତ କିଛି ବଡ଼ ଆକ୍ସନ୍ ନେବ କି ? ଏହି ପ୍ରଶ୍ନ ଉଠିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook