ମୁଖ୍ୟ ଖବର
ବାଲେଶ୍ବର: ବାଲେଶ୍ବରରେ ବ୍ରାଉନସୁଗରର ସବୁଠାରୁ ବଡ଼ ଡିଲ୍ ର ପର୍ଦ୍ଦାଫାସ। ଧରାପଡ଼ିଥିବା ବ୍ରାଉନସୁଗରରମୂଲ୍ୟ ପ୍ରାୟ ୧୩ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି। ନିଶା ବଢ଼ାଇବାକୁ ବ୍ରାଉନସୁଗରକେ ମିଶୁଥିଲା ବିଷାକ୍ତ କେମିକାଲ। ବୃସିନ ଆନହାଇଡ୍ରସ ନାମକ ବିଷାକ୍ତ ରସାୟନ ମିଶାଯାଉଥିଲା। ଜବତ ବ୍ରାଉନସୁଗରରେ ୧କେଜି ୯୧୩ ଗ୍ରାମର କଂଚାମାଲ ଏବଂ ୮ କେଜି ୩୨୦ ଗ୍ରାମର ପାଉଡର ରହିଛି। ଅନ୍ତଃରାଷ୍ଟ୍ରୀୟ ବଜାରରେ ବ୍ରାଉନସୁଗରର ଏହି କଂଚାମାଲର ମୂଲ୍ୟ କେଜି ପ୍ରତି ପ୍ରାୟ ୨ କୋଟି ଏବଂ ପାଉଡରର ମୂଲ୍ୟ କେଜି ପ୍ରତି ପ୍ରାୟ ୧ କୋଟି ହେବ। ବାଲେଶ୍ୱର ଟାଉନ ଥାନା ପୋଲିସ ଗୋପାଳଗାଁ ଅଞ୍ଚଳରେ ଚଢ଼ାଉ କରି ଏହି ବ୍ରାଉନସୁଗର ଜବତ କରିଥିଲା। ଘଟଣାରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ।ଗିରଫ ଦୁଇ ଅଭିଯୁକ୍ତ ହେଲେ ସହଦେବଖୁଣ୍ଟା ଆରଡ଼ାବଜାରର ଶେଖ୍ ଆସଗର ଏବଂ ମହିଳା ଜଣକ ହେଲେ ହମିଦା ବିବି।ବ୍ରାଉନସୁଗର ବିକ୍ରି ଓ ଚାଲାଣ ପାଇଁ ଉଭୟ ଗୋପାଳଗାଁ ଅଞ୍ଚଳରେ ରହୁଥିବା ଖବର ମିଳିଥିଲା। ଏହାପରେ ପୋଲିସ ରେଡ୍ କରି ସେମାନଙ୍କୁ କାବୁ କରିଥିଲା। ସେମାନଙ୍କ ପାଖରୁ ନଗଦ ୪ ଲକ୍ଷ ୬୨ ହଜାର ୭୯୦ ଟଙ୍କା, ୬ଟି ମୋବାଇଲ ଫୋନ୍, ଗୋଟିଏ ମୋଟରସାଇକେଲ, ଗୋଟିଏ ସ୍କୁଟି ଏବଂ ଦୁଇଟି ଇଲେକ୍ଟ୍ରୋନିକ୍ ଓଜନ ମେସିନ୍ ଜବତ ହୋଇଛି।ଏହାବ୍ୟତୀତ ୧୧ଟି ଏଟିଏମ୍ କାର୍ଡ, ପାନକାର୍ଡ, ଡ୍ରାଇଭିଂ ଲାଇସେନ୍ସ ସହ ବ୍ରୁସିନ୍ ଆନହାଇଡ୍ରସ୍ କେମିକାଲର ୬ଟି ବୋତଲ ଜବତ ପୋଲିସ। ଏନେଇ ଟାଉନ ଥାନାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ।
Comments ସମସ୍ତ ମତାମତ