Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ

    Share on :
    ajab-Image
    Date: Dec 23, 2025    Views: 2783

     ଲଣ୍ଡନରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ କରୁଥିବା ଏକ ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ ମିଳିଛି । ବିମାନଟି ଅବତରଣ କରିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରୋଟୋକଲ ଅନୁଯାୟୀ ବିମାନକୁ ପୃଥକୀକରଣ କରିବା ସହ ସାମଗ୍ରୀ ଏବଂ ଯାତ୍ରୀମାନଙ୍କର ଯାଞ୍ଚ କରିଥିଲେ । ସନ୍ଧାନୀ କୁକୁର ସାହାଯ୍ୟରେ ଯାଞ୍ଚ ହୋଇଥିଲା ।

    ସୂଚନା ଅନୁସାରେ ଲଣ୍ଡନ ହିଥ୍ରୋରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରୁଥିବା ଏକ ବ୍ରିଟିଶ ଏୟାରୱେଜ୍ ବିଏ-୨୭୭ (BA-୨୭୭) ଇମେଲ୍ ମାଧ୍ୟମରେ ବୋମା ଧମକ ପାଇଥିଲା । ପରେ ଏହାକୁ ସୁରକ୍ଷିତ ଭାବେ ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଅବତରଣ କରାଯାଇଥିଲା । ଅବତରଣ ପରେ ବିମାନବନ୍ଦର କର୍ତ୍ତୃପକ୍ଷ ଏହାକୁ ଯାଞ୍ଚ କରିଥିଲେ । ଯାଞ୍ଚରେ ସନ୍ଧାନୀ କୁକୁର ସାମିଲ ହୋଇଥିଲା । ପରେ ବିମାନଟି ସୁରକ୍ଷିତ ଭାବେ ହିଥ୍ରୋକୁ ଉଡାଣ ଭରିଥିଲା ।
    -

    Maximum 500 characters

    ଦେଶ ବିଦେଶ View all

    Find Us on Facebook