Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଇସ୍ତଫା ଘୋଷଣା କରିପାରନ୍ତି କିର୍‌ ଷ୍ଟାର୍ମର

    Share on :
    ajab-Image
    Date: Jun 22, 2026    Views: 3001

    ଲଣ୍ଡନ: ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ନିଜର ଇସ୍ତଫା ଘୋଷଣା କରିପାରନ୍ତି ।  ବ୍ରିଟିଶ ଖବରକାଗଜ ‘ଦି ଅବ୍‌ଜର୍ଭର୍‌’  ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ଦାବି କରାଯାଇଛି । କ୍ୟାବିନେଟ ମନ୍ତ୍ରୀ,  ପରାମର୍ଶଦାତା ଓ ଟ୍ରେଡ୍‌ ୟୁନିଅନ ନେତାଙ୍କ  ସହ ଷ୍ଟାର୍ମର ଆଲୋଚନା କରିବା ପରେ ସେ  ପଦରେ ଆଉ ରହିବା ଉଚିତ ନୁହେଁ ବୋଲି ମତପ୍ରକାଶ ପାଇଛି । ଷ୍ଟାର୍ମରଙ୍କ ଲେବର  ପାର୍ଟିର ୧୦୦ରୁ ଅଧିକ ସାଂସଦ ତାଙ୍କୁ  ଇସ୍ତଫା ଦେବାକୁ ପରାମର୍ଶ ଦେଇଛନ୍ତି ।  

    ଷ୍ଟାର୍ମର ଯଦି ଇସ୍ତଫା ଦିଅନ୍ତି ତେବେ ଗତ  ୧୦ ବର୍ଷ ଭିତରେ ସମୟ ପୂର୍ବରୁ ପଦ  ଛାଡିବାରେ ସେ ହେବେ ଷଷ୍ଠ ପ୍ରଧାନମନ୍ତ୍ରୀ ।  କାରଣ ଏହା ପୂର୍ବରୁ ଡେଭିଡ କ୍ୟାମେରନ,  ଥେରେସା ମେ, ବୋରିସ୍‌ ଜନସନ, ଲିଜ  ଟ୍ରସ୍‌ ଏବଂ ରୁଷି ସୁନକ ନିଜ କାର୍ଯ୍ୟକାଳ  ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି ।

     ଗତ ଶୁକ୍ରବାର ଉପନିର୍ବାଚନରେ  ଷ୍ଟାର୍ମରଙ୍କ ବିରୋଧୀ ତଥା ଲେବର ପାର୍ଟିର  ଅନ୍ୟତମ ନେତା ଆଣ୍ଡି ବର୍ଣ୍ଣହାମ୍‌ ବିଜୟୀ  ହୋଇଥିଲେ । ତାଙ୍କୁ ଅଧିକାଂଶ ସାଂସଦ  ସମର୍ଥନ କରୁଥିବାରୁ ଷ୍ଟାର୍ମରଙ୍କ ଉପରେ  ଇସ୍ତଫା ଚାପ ବଢ଼ିବାରେ ଲାଗିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook