Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କଟକରେ ଭୁଶୁଡ଼ିଲା ବ୍ରିଜ: ୨ମୃତ, ୩ ଗୁରୁତର

    Share on :
    ajab-Image
    Date: May 3, 2025    Views: 3484

    କଟକ: କଟକ ଖାନ୍‌ନଗରରେ ଶନିବାର ଏକ ବଡ଼ଧରଣର ଅଘଟଣ ଘଟିଛି। ଏକ ନିର୍ମାଣଧୀନ ବ୍ରିଜ ଭୁଶୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି।

    ସୂଚନା ଯୋଗ୍ୟ, କଟକ ଖାନ୍‌ନଗର ଅଞ୍ଚଳରେ ଏକ ବ୍ରିଜ ନିର୍ମାଣ କାମ ଚାଲିଥିବା ବେଳେ ହଠାତ୍‌ ବ୍ରିଜର ସ୍ଲାବ ଭୁଶୁଡ଼ି ପଡିଥିଲା। ଫଳରେ ୫ଜଣ ଚାପି ହୋଇ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ଖବରପାଇ ଖାନ୍‌ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି।

    Maximum 500 characters

    ତାଜା ଖବର View all

    Find Us on Facebook