Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗୁଜୁରାଟରେ ଭାଙ୍ଗିଲା ପୁରୁଣା ବ୍ରିଜ, ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି

    Share on :
    ajab-Image
    Date: Jul 10, 2025    Views: 2901

    ଗାନ୍ଧୀନଗର: ଗୁଜୁରାଟର ଭଡୋଦରା ଜିଲ୍ଲାରେ ଏକ ପୁରୁଣା ବ୍ରିଜ ଭାଙ୍ଗିଯିବାରୁ 13 ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି ସକାଳ ସମୟରେ ଏକ 40 ବର୍ଷ ପୁରୁଣା ବ୍ରିଜ ଭାଙ୍ଗିଯିବାରୁ କେତେକ ଗାଡି ନଦୀରେ ଖସିପଡିଥିଲା । ଫଳରେ ବହୁ ବ୍ୟକ୍ତି ଗୁରୁତର ଭବେ ଆହତ ହୋଇଛନ୍ତି ।ପୋଲିସର ସୂଚନା ଅନୁଯାୟୀ ଗତକାଲି ସକାଳ ସମୟ ସାଢେ 7ଟା ବେଳେ ଗମ୍ଭୀରା ବ୍ରିଜର ଏକ ସ୍ଲାବ ଖସିପଡିବାରୁ ପାଖାପାଖି 5 ରୁ 6ଟି ଗାଡି ଏପରିକି 2ଟି ବଡ ଟ୍ରକ ଏବଂ କେତେକ ଭ୍ୟାନ ମଧ୍ୟ ମହିସାଗର ନଦୀରେ ପଡିଯାଇଥିଲେ ।ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ 13ରେ ପହଞ୍ଚିଛି । ବହୁ ବ୍ୟକ୍ତି ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ଭଡୋଦରା ଜିଲ୍ଲାରେ ଦୁଃଖଦ ପୋଲ ଭୁଶୁଡ଼ିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି(PMNRF)ରୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହା ସହିତ, ପ୍ରତ୍ୟେକ ଆହତ ବ୍ୟକ୍ତିଙ୍କୁ 50,000 ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । PMO X ମାଧ୍ୟମରେ କହିଥିଲେ, "ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୋର ସମବେଦନା । ଆହତମାନଙ୍କ ଶୀଘ୍ରତମ ଆରୋଗ୍ୟ କାମନା କରୁଛି ।"

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook