ମୁଖ୍ୟ ଖବର
ନୂଆଦିଲ୍ଲୀ:ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍, ଇରାନ ରାଷ୍ଟ୍ରପତି ମାସୌଦ ପେଜେଶକିଆନ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ଏବଂ ଅନ୍ୟାନ୍ୟ ଦେଶର ନେତାମାନେ ଶୁକ୍ରବାର ଦିଲ୍ଲୀରେ ପହଞ୍ଚତ୍ଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଇଜିଷ୍ଟ ରାଷ୍ଟ୍ରପତି ଅବଦେଲ ଫତ୍ତେହ ଏଲ୍-ସିସି, ଉଗାଣ୍ଡା ଉପରାଷ୍ଟ୍ରପତି ଜେସିକା ଆଲୁପୋ, ନାଇଜେରିଆ ଉପରାଷ୍ଟ୍ରପତି କାଶିମ ଶେଟ୍ଟିମ୍ମା ପ୍ରମୁଖ ସମ୍ମିଳନୀରେ ଯୋଗଦେବା ପାଇଁ ଦିଲ୍ଲୀରେ ପହଞ୍ଚତ୍ଛନ୍ତି।
ବ୍ରିକ୍ସ ପ୍ରତିଷ୍ଠା ହେବା ପରେ ୨୦ତମ ବର୍ଷ ପୂରଣ କରିଥିବାବେଳେ ଭାରତ ଏଥର ସମ୍ମିଳନୀର ଆୟୋଜନ କରିଛି। ଏଥିପାଇଁ ନୂଆଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀ ଗଠନ ହୋଇଥିବାବେଳେ ୨୦୨୪ରେ ସେଥିରେ ଇଜିପ୍ଟ, ଇଥିଓପିଆ ଇରାନ, ୟୁଏଇ, ସାଉଦି ଆରବ ସାମିଲ ହୋଇଥିବାବେଳେ ଗତବର୍ଷ ଇଣ୍ଡୋନେସିଆ ସାମିଲ ହୋଇଥିଲା। ବେଲାରୁଷ, ବଲିଭିଆ, କାଜାକସ୍ତାନ, କ୍ୟୁବା, ମାଲେସିଆ, ସାଇବେରିଆ, ଥାଇଲାଣ୍ଡ, ଉଗାଣ୍ଡା, ଉଜ୍ବେକିସ୍ତାନ ଏବଂ ଭିଏତନାମ ଗତବର୍ଷ ବ୍ରିକ୍ସର ସହଯୋଗୀ ଦେଶ ହୋଇଛନ୍ତି।
Comments ସମସ୍ତ ମତାମତ