Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବ୍ରିକ୍ସ: ଭାରତ ଆସିବେନି ବାଂଲାଦେଶ ପ୍ରଧାନମନ୍ତ୍ରୀ

    Share on :
    ajab-Image
    Date: Sep 11, 2026    Views: 2697

    ଢାକା: ଆସନ୍ତା ୧୨ ତାରିଖରୁ ଭାରତରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନ ଯୋଗଦେବେ ନାହିଁ । ତାରିକ ଭାରତ ଗସ୍ତ କରିବେ ନାହିଁ ବୋଲି ଗୁରୁବାର ବାଂଲାଦେଶର ବିଦେଶ ରାଷ୍ଟ୍ର ମନ୍ତ୍ରୀ ହୁମାୟୁନ କବୀର କହିଛନ୍ତି । ସେ କହିଛନ୍ତି, ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିମନ୍ତ୍ରଣ ମିଳିନାହିଁ । କେବଳ ‘ବିମ୍ସଟେକ୍‌’ର ଅଧ୍ୟକ୍ଷ ଭାବେ ବାଂଲାଦେଶକୁ ନିମନ୍ତ୍ରଣ କରାଯାଇଛି । ତାଙ୍କ ମୁତାବକ, ଦେଶ ପକ୍ଷରୁ ଜଣେ ସରକାରୀ ପ୍ରତିନିଧି ବ୍ରିକ୍ସ ସମ୍ମିଳନୀକୁ ଯାଇପାରନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଭାରତ ଯିବା ସମ୍ଭାବନା ନାହିଁ । ଉଲ୍ଲେଖଯୋଗ୍ୟ, ବିମ୍ସଟେକ୍‌ ହେଉଛି ଦକ୍ଷିଣ ଏବଂ ଦକ୍ଷିଣପୂର୍ବ ଏସିଆ ଦେଶଗୁଡ଼ିକର ଆଞ୍ଚଳିକ ସଙ୍ଗଠନ । ଏଥିରେ ଭାରତ ଓ ବାଂଲାଦେଶ ବି ସାମିଲ ଅଛନ୍ତି । ସଦସ୍ୟ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ, କନେକ୍ଟିଭିଟି, ସୁରକ୍ଷା ଏବଂ ଆର୍ଥିକ ସହଯୋଗକୁ ବଢ଼ାଇବା ଲାଗି ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ ।

    ୭ଟି ଦେଶକୁ ନେଇ ଏହା ଗଠନ ହୋଇଛି । ଅନ୍ୟ ୫ଟି ଦେଶ ମଧ୍ୟରେ ଭୁଟାନ, ନୋପାଳ, ମ୍ୟାଁମାର, ଥାଇଲାଣ୍ଡ ଏବଂ ଶ୍ରୀଲଙ୍କା ଅନ୍ତର୍ଭୁକ୍ତ । ଭାରତ ବର୍ତ୍ତମାନ ବ୍ରିକ୍ସର ଅଧ୍ୟକ୍ଷତା ଦାୟିତ୍ୱ ସମ୍ଭାଳୁଛି । ତେଣୁ ଭାରତ ନିଜ ପ୍ରାଥମିକତା ହିସାବରେ ଅନ୍ୟ ଦେଶ ଏବଂ ଆଞ୍ଚଳିକ ସଙ୍ଗଠନକୁ ନିମନ୍ତ୍ରଣ କରିଛି । ଏଥର ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କୁ ନିମନ୍ତ୍ରଣ କରାଯାଇଛି । କିନ୍ତୁ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିମନ୍ତ୍ରଣ କରାଯାଇ ନ ଥିବା ଅଭିଯୋଗ ହୋଇଛି । ଏହାକୁ ମିଶାଇ ତାରିକଙ୍କ ଭାରତ ଗସ୍ତ ଦୁଇଥର ଟଳିଲାଣି । ଏହା ପୂର୍ବରୁ ଅଗଷ୍ଟ ୨୨ରେ ସେ ଭାରତ ଆସିବା କାର୍ଯ୍ୟକ୍ରମ ଥିଲା । କିନ୍ତୁ ଏହା ଟଳିଯାଇଥିଲା । ଭାରତରେ ଶରଣ ପଶିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗକୁ ନେଇ ଦୁଇଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଗତଥର ୨୦୧୬ରେ ଗୋଆରେ ବ୍ରିକ୍ସ ଦେଶଙ୍କ ସମ୍ମିଳନୀ ହୋଇଥିଲା । ଏଥିରେ ବିମ୍ସଟେକ୍‌ର ସମସ୍ତ ଦେଶର ନେତାଙ୍କୁ ଡକାଯାଇଥିଲା । ତେବେ ବାଂଲାଦେଶ ସରକାର ବର୍ତ୍ତମାନ ତାରିକ ରହମାନଙ୍କ ପୃଥକ୍‌ ଦ୍ୱିପାକ୍ଷିକ ଭାରତ ଯାତ୍ରା ନେଇ ପ୍ରସ୍ତୁତି ଚଳାଇଥିବା ବିଦେଶ ରାଷ୍ଟ୍ର ମନ୍ତ୍ରୀ ହୁମାୟୁନ କବୀର ସଫେଇ ଦେଇଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook