Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବ୍ରେକଫାଷ୍ଟରେ ଖାଆନ୍ତୁ ଏହି ଖାଦ୍ୟ ମିଳିବ ଫାଇଦା

    Share on :
    ajab-Image
    Date: Oct 7, 2022    Views: 2553

    ଭୁବନେଶ୍ୱର: ପତଳା ହେବାକୁ କିଏ ବା ନ ଚାହେଁ। ଓଜନ ହ୍ରାସ କରିବା ପାଇଁ ଯଦି ଆପଣ ବିଭିନ୍ନ ପ୍ରକାରର ବ୍ୟାୟାମ କରି ଥକି ପଡ଼ିବେ ତ ଆପଣଙ୍କୁ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ। ଓଜନ ହ୍ରାସ କରିବାର ଅନେକ ଉପାୟ ଅଛି, କିନ୍ତୁ ଏହା ପରେ ମଧ୍ୟ କିଛି ଲୋକ ଓଜନ ହ୍ରାସ କରନ୍ତି ନାହିଁ, କାରଣ ସେମାନେ ଆଦୌ ଖାଦ୍ୟ ପରିବର୍ତ୍ତନ କରନ୍ତି ନାହିଁ ।

    କିଛି ବ୍ୟକ୍ତି ନିଜ ଶରୀର ସୁସ୍ଥ ରଖିବା ପାଇଁ ନାନାଧି ପ୍ରକାରର ଉପଚାର କରିଥାନ୍ତି। ଖାସ କରି ଖାଦ୍ୟପେୟର ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ସହ ଏନେଇ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି ।

    ଦିନର ଆରମ୍ଭରେ ଜଳଖିଆ ଖାଇବା ସବୁଠାରୁ ମହତ୍ତ୍ବପୂର୍ଣ୍ଣ ହୋଇଥାଏ। ଖାଦ୍ୟ ଆମ ଶରୀରକୁ ଗ୍ଳୁକୋଜ୍ ଭଳି ଅନେକ ପୋଷକ ତତ୍ତ୍ବ ଦେଇଥାଏ। ଗ୍ଳୁକୋଜ୍ ଏବଂ ପୋଷକ ତତ୍ତ୍ବ ଶରୀରରେ ସର୍ବଦା ଶକ୍ତି ଜାଗ୍ରତ କରିଥାଏ। ଏହି କାରଣରୁ ପ୍ରୋଟିନ ସହିତ ପୋଷକ ତତ୍ତ୍ବଯୁକ୍ତ ଖାଦ୍ୟ ପଦାର୍ଥ ଖାଇବା ମହତ୍ତ୍ବପୂର୍ଣ୍ଣ ହୋଇଥାଏ। କିନ୍ତୁ କିଛି ଲୋକ ଜଳଖିଆରେ କଣ ଖାଇବା ନେଇ ଦ୍ବନ୍ଦରେ ପଡିଥାନ୍ତି। ତେବେ ଏପରି କିଛି ପ୍ରୋଟିନ ଯୁକ୍ତ ଖାଦ୍ୟ ଯାହା ଆପଣ ଜଳଖିଆରେ ସାମିଲ କରିବା ଉଚିତ। ଏହି ଖାଦ୍ୟ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ବ ପ୍ରଦାନ କରିଥାଏ। ପୋଷକ ତତ୍ତ୍ବ ଏବଂ ପ୍ରୋଟିନ ପ୍ରଦାନ କରିବା ସହ ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ।

    ରାସ୍ପବେରୀ :
    ରାସ୍ପବେରୀ ଫାଇବର ଏବଂ ପ୍ରୋଟିନ ପ୍ରଚୁର ମାତ୍ରାରେ ରହିଛି । ଏକ କପ୍ ରାସ୍ପବେରୀରେ ପ୍ରାୟ ୮ଗ୍ରାମ ଫାଇବର ରହିଥାଏ। ଖାଦ୍ୟରେ ଫାଇବର ଏବଂ ପ୍ରୋଟିନର ସେବନ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟ ଓଜନ କମାଇବାରେ ସାହାଯ୍ୟ କରିଥାଏ।

    ଦଲିଆ :
    ସୁସ୍ଥ ବା ଫିଟ ରହିବା ପାଇଁ ଦଲିଆ ବହୁତ ଉପକାରୀ ହୋଇଥାଏ। ଦଲିଆ ସେବନ କଲେ ଶରୀରରେ ପ୍ରଚୁର ମାତ୍ରରେ ପୋଷକ ତତ୍ତ୍ବ ମିଳଥାଏ। ଦଲିଆ ଓଜନ କମାଇଥାଏ ଏହା ସହିତ ଏଥିରେ ଫାଇବର ଏବଂ ଲୋଗ୍ଲାଇସୋମିକ ଇଂଣ୍ଡେକ୍ସ ରହିଥାଏ।

    ଅଣ୍ଡା :
    ଅଣ୍ଡାରେ ପୋଷକ ତତ୍ତ୍ବ ଏବଂପ୍ରୋଟିନ ରହିଥାଏ। ଖାଦ୍ୟ ସହିତ ଅଣ୍ଡାର ସେବନ କଲେ ଆପଣଙ୍କୁ ପୁରା ଦିନ ସତେଜ ରଖିଥାଏ। ଏହା ବ୍ୟତୀତ ଓଜନ କମାଇବାରେ ସାହାଯ୍ୟ କରିଥାଏ।

    ଓଟସ୍ ଇଡ଼ିଲି :
    ଇଡ଼ଇଲି ସବୁଠାରୁ ସୁସ୍ଥ ଖାଦ୍ୟ ହୋଇଥାଏ। ଓଟସ୍ରେ ତିଆରି ହୋଇଥିବା ଇଡ଼ିଲି ସହଜରେ ପ୍ରସ୍ତୁତ ହୋଇଥାଏ ଏବଂ ଏହା ପେଟକୁ ସୁସ୍ଥ ରଖିଥାଏ। ଓଜନ କମାଇବାରେ ପାଚନ ପକ୍ରିୟା ମହତ୍ତ୍ବପୂର୍ଣ୍ନ ଭୂମିକା ରହିଥାଏ ।

    Maximum 500 characters

    ବିଶେଷ View all

    Find Us on Facebook