Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବକ୍ସିଂ ଡେ’ ଟେଷ୍ଟ ଜିତିଲା ଇଂଲଣ୍ଡ

    Share on :
    ajab-Image
    Date: Dec 28, 2025    Views: 3326

    ନୂଆଦିଲ୍ଲୀ: ଦୀର୍ଘ ୧୫ ବର୍ଷ ପରେ ମେଲବର୍ଣ୍ଣରେ ବକ୍ସିଂ ଡେ’ ଟେଷ୍ଟ ଜିତିଲା ଇଂଲଣ୍ଡ। ଫଳରେ ୫ ମ୍ୟାଚ ବିଶିଷ୍ଟ ଆସେସ ସିରିଜରେ ୪ଟି ମ୍ୟାଚ ଶେଷ ହୋଇଥିବାବେଳେ ଘରୋଇ ଅଷ୍ଟ୍ରେଲିଆ ୩-୧ରେ ଆଗୁଆ ରହିଛି। ୪ର୍ଥ ଟେଷ୍ଟ ମ୍ୟାଚ ମାତ୍ର ୨ ଦିନ ମଧ୍ୟରେ ଶେଷ ହୋଇଛି। ଇଂଲଣ୍ଡ ୪ ଉଇକେଟରେ ବିଜୟୀ ହୋଇଛି।

    ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୫୨ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହାର ଜବାବରେ ଇଂଲଣ୍ଡ ମାତ୍ର ୧୧୦ ରନରେ ଅଲଆଉଟ୍ ହୋଇଯାଇଥିଲା। ଘରୋଇ ଦଳ ୨ୟ ଇନିଂସରେ ବି ଫ୍ଲପ ହୋଇଥିଲା। ମାତ୍ର ୧୩୨ ରନରେ ଅଲଆଉଟ ହୋଇଯିବା ଫଳରେ ଇଂଲଣ୍ଡକୁ ୧୭୫ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ଇଂଲଣ୍ଡ ୬ ଉଇକେଟ ହରାଇ ହାସଲ କରିନେଇଥିଲା।

    Maximum 500 characters

    ଖେଳ ଖବର View all

    Find Us on Facebook