Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଖରା ଛୁଟି ସରିବା ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି:ମନ୍ତ୍ରୀ

    Share on :
    ajab-Image
    Date: Jun 3, 2026    Views: 2558

    ଭୁବନେଶ୍ଵର : ଖରା ଛୁଟି ସରିବା ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା। ମନ୍ତ୍ରୀ କହିଛନ୍ତି ଯେ, ୯୦ ପ୍ରତିଶତ ବହି ଛପା ସରିଲାଣି, ପିଲାଙ୍କ ପାଖରେ ପହଞ୍ଚୁଛି। ବାକି ୧୦ ପ୍ରତିଶତ ବହି ଖରା ଛୁଟି ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ। ତେବେ ପ୍ରିଣ୍ଟିଂ ସମସ୍ୟା ପାଇଁ ବହି ଛପାରେ ବିଳମ୍ଵ ହୋଇଥିବା କଥାକୁ ମନ୍ତ୍ରୀ ସ୍ଵୀକାର କରିଛନ୍ତି। 

    ମନ୍ତ୍ରୀ କହିଛନ୍ତି ଯେ, ଯେଉଁଠି ବହି ଛପା ଯାଉଛି ସେଠାରେ କିଛିଟା ପ୍ରିଣ୍ଟିଂରେ ସମସ୍ୟା ପାଇଁ ବିଳମ୍ବ ହୋଇଛି। ଯେଉଁଥିପାଇଁ ବହି ବଣ୍ଟାରେ ବିଳମ୍ବ ହୋଇଛି। ଆମେ ପିଲାଙ୍କ ପାଇଁ ଚିନ୍ତିତ ଅଛୁ। କିଛି ସମସ୍ୟା ହେବନି ବୋଲି ଆଶ୍ଵାସନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

    Maximum 500 characters

    ତାଜା ଖବର View all

    Find Us on Facebook