ମୁଖ୍ୟ ଖବର
ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀର ଦୁଇଟି ସେନା ସ୍କୁଲକୁ ବୋମା ଧମକ ମିଳିଛି। ଧୌଲା କୁଆଁସ୍ଥିତ ଆର୍ମି ପବ୍ଲିକ୍ ସ୍କୁଲ ଏବଂ ଲୋଧି ରୋଡ୍ ବାୟୁସେନା ବାଲ ଭାରତୀ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରିଦିଆଯାଇଛି। ସୂଚନା ପାଇବା ପରେ, ସ୍କୁଲ ପରିସରକୁ ଖାଲି କରିଦିଆଯାଇଛି ।ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ଦିଲ୍ଲୀ ପୁଲିସ୍, ବମ୍ ସ୍କ୍ୱାଡ୍, ଡଗ୍ ସ୍କ୍ୱାଡ୍ ଏବଂ ଅଗ୍ନିଶମ ବିଭାଗର ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ୍ର କହିବା ଅନୁଯାୟୀ, ଏପର୍ୟ୍ୟନ୍ତ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ତଦନ୍ତ ପାଇଁ ସାଇବର ସେଲ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି।
Comments ସମସ୍ତ ମତାମତ