Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବାଣ ଭିଡୁଥିବା ବେଳେ ଭୟଙ୍କର ବିସ୍ଫୋରଣ; ବାପ-ପୁଅ ମୃତ

    Share on :
    ajab-Image
    Date: Oct 9, 2026    Views: 3632

    ଜଗତସିଂହପୁର: ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହିଳୋ ଚାନ୍ଦପୁର ଅଞ୍ଚଳରେ ବାଣ ଭିଡୁଥିବା ବେଳେ ଭୟଙ୍କର ବିସ୍ଫୋରଣ ଘଟି ବାପ-ପୁଅଙ୍କ ମୃତ୍ୟୁ ଘଟିଛି । ଏହି ବିସ୍ଫୋରଣରେ ଜଣେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି । ଆହତ ଶିକ୍ଷକଙ୍କୁ କଟକ SCB ମେଡିକାଲରେ ଚିକିତ୍ସା କରାଯାଉଛି । ଘଟଣା ପରେ ତିର୍ତ୍ତଲ ପୋଲିସ ତଦନ୍ତ ଆରମ୍ଭ କରିଛି ।ତିର୍ତ୍ତୋଲ SDPO ଅଜୟ କୁମାର ଜେନାଙ୍କ ସୂଚନା ଅନୁସାରେ, ଆଗକୁ ଆସୁଥିବା ଦଶହରା ଓ ଦୀପାବଳୀ ପାଇଁ ଚାନ୍ଦପୁର ଗ୍ରାମର ମନରଞ୍ଜନ ସ୍ୱାଇଁ ଏବଂ ତାଙ୍କ ପୁଅ ସୌମ୍ୟ ସାହିଲ ସ୍ୱାଇଁ ନିଜ ଘରେ ବାଣ ଭିଡୁଥିଲେ । ଏହି ସମୟରେ ହଠାତ୍‌ ଘର ଭିତରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଘରର ଛାତ ସମ୍ପୂର୍ଣ୍ଣ ଭାବେ ଉଡ଼ିଯାଇଥିଲା । ଏପରିକି ବିସ୍ଫୋରଣର ଶବ୍ଦ ଓ ଝଟକାରେ ଆଖପାଖରେ ଥିବା ଘରଗୁଡ଼ିକ ମଧ୍ୟ ଥରି ଉଠିଥିଲା ।ବିସ୍ଫୋରଣରେ ମନରଞ୍ଜନ ସ୍ୱାଇଁ ଓ ତାଙ୍କ ପୁଅ ସୌମ୍ୟ ସାହିଲ ଗୁରୁତର ଆହତ ହୋଇଥିଲେ । ସେହି ସମୟରେ ମନରଞ୍ଜନଙ୍କ ଘରକୁ ଆସିଥିବା ରାହୁଲ ରାଜ ମହାନ୍ତ ନାମକ ଜଣେ ଶିକ୍ଷକ ମଧ୍ୟ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ।ଜଗତସିଂହପୁର ମୁଖ୍ୟ ଚିକିତ୍ସା ଅଧିକାରୀ ସରୋଜ ଜେନାଙ୍କ ସୂଚନା ଅନୁସାରେ, ତିନିଜଣ ଗୁରୁତର ଆହତଙ୍କୁ ପ୍ରଥମେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ମନରଞ୍ଜନ ସ୍ୱାଇଁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସୌମ୍ୟ ଓ ରାହୁଲଙ୍କୁ ଅଧିକ ଚିକିତ୍ସା ପାଇଁ କଟକ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।ତେବେ SCB ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟ ସାହିଲଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ରାହୁଲ ରାଜ ମହାନ୍ତଙ୍କ ଚିକିତ୍ସା ଜାରି ରହିଛି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook