Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଡେଲାଙ୍ଗରେ ବୋମାମାଡ଼,ଜଣେ ଆହତ

    Share on :
    ajab-Image
    Date: May 14, 2026    Views: 2310

    ଡେଲାଙ୍ଗ: ପୁରୀ ଡେଲାଙ୍ଗରେ ବୋମାମାଡ଼। ବେଆଇନି ଖଣି ଖୋଳା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ହୋଇଛି। ଏଥିରେ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଡେଲାଙ୍ଗ ଥାନା ହରିପୁର କଲେଜ ନିକଟରେ ଘଟିଛି ଏହି ଘଟଣା।  ଏଥିରେ ଜଣେ ଯୁବକ ସାମାନ୍ୟ ଆହତ ହୋଇଛନ୍ତି। 

    କଲେଜ ନିକଟ ଏକ ଫାର୍ମ ହାଉସରେ କିଛି ଯୁବକ ରୋଷେଇ କରୁଥିବା ବେଳେ ରାତି ପ୍ରାୟ ସାଢେ ୧୧ଟା ସମୟରେ କିଛି ଦୁର୍ବୁତ୍ତ ଆସି ଫାର୍ମହାଉସ ଆଗରେ ୩ଟି ବୋମାମାଡ଼ କରିଥିଲେ। ଗୋଟିଏ ବୋମା ଫୁଟିଥିବା ବେଳେ ଦୁଇ ଗୋଟି ଅଫୁଟା ବୋମା ଘଟଣାସ୍ଥଳରେ ପଡି ରହିଥିଲା।

    ବୋମାମାଡ଼ କରିବା ସହ ଗୋଟିଏ କାରର କାଚକୁ ମଧ୍ୟ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଖବର ପାଇ ଡେଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପର୍ୟ୍ୟନ୍ତ କୌଣସି ଏତଲା ରୁଜୁ ହୋଇନାହିଁ, କିନ୍ତୁ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚାଲିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook