ମୁଖ୍ୟ ଖବର
ବ୍ରହ୍ମପୁର : ବ୍ରହ୍ମପୁର ଉପକଣ୍ଠରେ ବୋମାମାଡ଼ । ବ୍ରହ୍ମପୁର ଉପକଣ୍ଠ ଫୁଲଟା ଗାଁରେ ଘନଘନ ବୋମାମାଡ଼ ହୋଇଛି । ବର୍ତ୍ତମାନ ଯାଏଁ ବୋମାମାଡ଼ ସଠିକ କାରଣ ଜଣାପଡିନଥିବା ବେଳେ ଗାଁରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଖବର ଅନୁଯାୟୀ, ଶନିବାର ବ୍ରହ୍ମପୁର ଫୁଲଟା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଯାହାର ପରିଣତି ଫୁଲଟା ଗାଁରେ ଘନଘନ ବୋମାମାଡ଼ ହୋଇଛି । ଯେଉଁଥିରେ କେତେ ପରିମାଣର ଲୋକ ଆହତ ହୋଇଛନ୍ତି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ବୋମାମାଡ଼ ପରେ ଆକ୍ସନମୋଡ଼କୁ ଆସିଛି ସ୍ଥାନୀୟ ପୋଲିସ ଓ ପ୍ରଶାସନ । ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖି ଗାଁର ଦୁଇ ପ୍ଲାଟୁନ ପୋଲିଲ ଫୋର୍ସ ମୁତୟନ କରାଯାଇଛି ।
Comments ସମସ୍ତ ମତାମତ