ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଖଜୁରିଆରେ ନିର୍ମାଣାଧୀନ କୋଠାରୁ ମିଳିଲା ବୋମା ଭର୍ତ୍ତି ବ୍ୟାଗ୍ । ବ୍ୟାଗରେ ଭରି ରହିଥିଲା ୩୦ରୁ ଅଧିକ ବୋମା । ସମସ୍ତ ବୋମାକୁ ନିଷ୍କ୍ରିୟ କରିଛି ପୁଲିସ୍। ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।
ପୁଲିସ୍ ଦୁଇ ଦିନ ତଳେ ପାଟ୍ରୋଲିଂ କରୁଥିବା ବେଳେ ଖଜୁରିଆରେ ଏକ ନିର୍ମାଣାଧୀନ ଘରେ ଚଢ଼ାଉ କରିଥିଲା । ପୁଲିସ୍କୁ ଦେଖି ଉକ୍ତ ଘରେ ଥିବା କିଛି ଯୁବକ ଦୌଡ଼ି ପଳାଇଥିଲେ। ଏହାପରେ ପୁଲିସ୍ ଉକ୍ତ ଘର ଖାନତଲାସୀ କରି ଏକ ବ୍ୟାଗ୍ ଭର୍ତ୍ତି ବୋମା ଜବତ କରିଥିଲା।
Comments ସମସ୍ତ ମତାମତ