Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସୋସିଆଲ ମିଡ଼ିଆରେ ଛାଇ ଯାଇଛି ଉର୍ବଶୀ ରୌତେଲା ଙ୍କ ଆଧ୍ୟତ୍ମିକ ଲୁକ୍

    Share on :
    ajab-Image
    Date: Nov 25, 2021    Views: 2488


    ନୂଆଦିଲ୍ଲୀ: ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରୌତେଲା, ମଡେ଼ଲିଂରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସୋସିଆଲ ମିଡ଼ିଆରେ ସବୁବେଳେ ଆକ୍ଟିଭ୍ ରୁହନ୍ତି ଉର୍ବଶୀ । ତାଙ୍କର ଅଭିନୟ ଠାରୁ ଆରମ୍ଭ କରି,ଲୁକ,ଷ୍ଟାଇଲ,ଅନ୍ଦାଜ ଓ ତାଙ୍କର ଡେ଼୍ରସିଙ୍ଗ ସେନ୍ସକୁ ନେଇ ଖୁବ ପ୍ରସଂଶା କରନ୍ତି ଫ୍ୟାନ୍ସ୍ । କମ ବୟସରୁ ହିଁ ସେ ମଡେ଼ଲିଂ କରିବା ଆରମ୍ଭ କରି ଦେଇଥିଲେ । ଏହାପରେ ସେ ତାଙ୍କ କ୍ୟାରିୟର ଆଗକୁ ବଢେ଼ଇଥିଲେ । ତେବେ ସବୁ ସମୟରେ ଉର୍ବଶୀ ଭିନ୍ନ ଭିନ୍ନ ଲୁକ୍ ରେ ଫଟୋ ହେଉ ବା ଭିଡ଼ିଓ ସେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । କିନ୍ତୁ ଏବେ ସୋସିଆଲ ମିଡ଼ିଆରେ ତାଙ୍କର ସମ୍ପୁର୍ଣ୍ଣ ଆଧ୍ୟାତ୍ମିକ ଲୁକ ଛାଇ ଯାଇଛି । 

    ନିକଟରେ ସେ ଯାଇ କେଦାରନାଥ ରେ ପହଞ୍ଚିଥିଲେ । ଏବଂ ସେଠାରୁ ସେ ତାଙ୍କର ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ସମ୍ପୂର୍ଣ୍ଣ ଭିନ୍ନ ଲୁକରେ ନଜର ଆସୁଛନ୍ତି । ଏହା ସହିତ ତାଙ୍କ ଗଳାରେ ଫୁଲମାଳ ମଥାରେ ନାଲି ଟିକା ଏବଂ ଆଖିରେ କଳା ଚଷମା । ତେବେ ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି । ତେବେ ତାଙ୍କର ଫ୍ୟାନ୍ସ୍ ମାନଙ୍କ ଗହଣରେ ସେ ଏହି ଆଧ୍ୟତ୍ମିକ ଲୁକ ପାଇଁ ପ୍ରସଂସା ସାଉଁଟିଛନ୍ତି । 

    Maximum 500 characters

    ବିଶେଷ View all

    Find Us on Facebook