Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଅଲଗା ହେବେ କି ପିକ୍-ନିକ୍ ଯୋଡ଼ି!

    Share on :
    ajab-Image
    Date: Nov 24, 2021    Views: 2361


    ଏହି କଥା କେତେ ସତ କେତେ ମିଛ ଜଣାପଡ଼ିନଥିବା ବେଳେ ସୋସିଆଲ ମିଡ଼ିଆରେ ଜୋରଦାର କମେଣ୍ଟଦେଖିବାକୁ ମିଳିଛି । ଆମେ ଆଲୋଚନା କରୁଛେ ନିକ୍-ପିକ୍  ଯୋଡ଼ି ଯଥା ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସ୍ ଙ୍କ ଯୋଡ଼ିକୁ । ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏଥର ଚର୍ଚ୍ଚା ଡେ଼୍ରସ୍ କି କୌଣସି ଫିଲ୍ମକୁ ନେଇ ନୁହଁ, ଏଥର ଚର୍ଚ୍ଚା ତାଙ୍କ ଛାଡ଼ପତ୍ର କୁ ନେଇ । କୁହାଯାଉଛି ପ୍ରିୟଙ୍କା ଓ ନିକ ଅଲଗା ହେବାକୁ ଯାଉଛନ୍ତି । 

    ସୂଚନା ଅନୁସାରେ, ପ୍ରିୟଙ୍କା ଚୋପ୍ରା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ସ୍ୱାମୀଙ୍କ ସରନେମ ହଟାଇ ଦେଇଛନ୍ତି । ସେ ‘ଜୋନାସ’ ସରନେମ ସହିତ ‘ଚୋପ୍ରା’କୁ ମଧ୍ୟ ହଟାଇ ଦେଇଛନ୍ତି । ଯାହାପରେ ବିଭିନ୍ନ ଆଲୋଚନା ହେଉଛି ଯେ ପ୍ରିୟଙ୍କା ନିକ ଜୋନେସଙ୍କଠାରୁ ଛାଡ଼ପତ୍ର ନେଉଛନ୍ତି । 

    ସେପଟେ, ନିକ ଜୋନେସ କିଛି ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମରେ ତାଙ୍କ ୱାର୍କଆଉଟର ଏକ ଭିଡ଼ିଓ ସେୟାର କରିଛନ୍ତି । ଏଥିରେ ନିକ୍ କଠିନ ପରିଶ୍ରମ କରୁଥିବାର ଦେଖିବାକୁ ମିଳିଛି । ନିକ୍ ଙ୍କ ଏହି ଭିଡ଼ିଓ ରେ ପ୍ରିୟଙ୍କାଙ୍କ ଏକ କମେଣ୍ଟ ଦେଇଛନ୍ତି ଯାହା ଛାଡ଼ପତ୍ରର ଗୁଜବକୁ ଖଣ୍ଡନ କରିଛି । ଅଭିନେତ୍ରୀ କମେଣ୍ଟ ରେ ଲେଖିଛନ୍ତି, ‘ଡ଼୍ୟାମ୍! ମୁଁ ତୁମ କୋଳରେ ମରିବାକୁ ଚାହୁଁଛି’ । ଏହା ସହିତ ସେ ଆଖିରେ ପ୍ରେମ ଓ ହାର୍ଟ ଇମୋଜି ଦେଇଛନ୍ତି । ପ୍ରିୟଙ୍କାଙ୍କ ଗୋଟିଏ କମେଣ୍ଟ ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛି । କିନ୍ତୁ ଏହା କେତେଦୂର ସତ ତାହା ସମୟ କହିବ । ପ୍ରିୟଙ୍କାଙ୍କ ଫ୍ୟାନ୍ସ ମାନେ ମଧ୍ୟ ନିକ୍ ଏବଂ ପ୍ରିୟଙ୍କାଙ୍କ ଯୋଡ଼ିକୁ ସର୍ବଦା ଦେଖିବାକୁ ଚାହୁଁଛନ୍ତି ।   

    Maximum 500 characters

    ବିଶେଷ View all

    Find Us on Facebook