Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ବୁଡିଲା ଡଙ୍ଗା, ଧୀବର ମୃତ

    Share on :
    ajab-Image
    Date: May 21, 2023    Views: 2849

    ଦେବଗଡ : ଦେବଗଡ଼ ଚୁଆଖୋଳ ଗାଁରେ ଅଘଟଣ । ରେଙ୍ଗାଳି ନଦୀବନ୍ଧରେ ବୁଡିଗଲା ମାଛ ଧରା ଡଙ୍ଗା । ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଇନ୍ଦ୍ରମଣୀ ଧୀବର ବୋଲି ଜଣାପଡିଛି ।
     ଖବର ଅନୁଯାୟୀ, ରେଙ୍ଗାଳି ନଦୀବନ୍ଧରେ ମାଛ ଧରିବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ କାଳବୈଶାଖୀ ହୋଇଥିଲା । ଯାହାଫଳରେ ଏହି ଝଡତୋଫାନରେ ମାଛ ଧରା ଡଙ୍ଗାଟି ବୁଡିଯାଇଥିଲା । ଯେଉଁଥିରେ ଇନ୍ଦ୍ରମଣୀ ଧୀବର ପାଣିରେ ବୁଡିଯାଇଥିଲେ । ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା । ହେଲେ ସେତେବେଳକୁ ଇନ୍ଦ୍ରମଣୀଙ୍କ ମୃତ୍ୟୁ ହୋଇସାରିଥିଲା।

    Maximum 500 characters

    ଘରକରଣ View all

    Find Us on Facebook