Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଡଙ୍ଗା ବୁଡ଼ି ଜଣେ ମହିଳା ନିଖୋଜ

    Share on :
    ajab-Image
    Date: Nov 21, 2026    Views: 2851

    ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ରାଣୀଗୁଡ଼ା ନିକଟରେ ଅଘଟଣ। ସାବେରୀ ନଦୀରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମହିଳା ନିଖୋଜ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ମହିଳା ଅଳ୍ପକେ ରକ୍ଷା ପାଇଛନ୍ତି। ତିନି ଜଣ ମହିଳା ଦେଶୀ ଡଙ୍ଗାରେ ନିଜେ ଚଳାଇ ନଦୀ ପାର ହୋଇ ମାନ୍ଦାପାଲି ଗ୍ରାମକୁ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ। କାର୍ଯ୍ୟ ସାରି ଫେରୁଥିବା ସମୟରେ ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ନଦୀ ମଝିରେ ବୁଡ଼ି ଯାଇଥିଲା। 
    ଫଳରେ ତିନି ଜଣ ଯାକ ମହିଳା ପାଣିରେ ବୁଡ଼ି ଯାଇଥିଲେ। ତେବେ ଦୁଇ ଜଣ ମହିଳା ପହଁରି ପହଁରି କୂଳକୁ ଆସିବାରେ ସଫଳ ହୋଇଥିବା ବେଳେ ମହିମା ଭୂମିଆ ନାମକ ଅନ୍ୟ ଜଣେ ମହିଳାଙ୍କର ଏଯାଏଁ କୌଣସି ପତ୍ତା ମିଳିନାହିଁ। ଖବର ପାଇ ମାଥିଲି ଅଗ୍ନିଶମ ବିଭାଗର ଟିମ୍ ସାବେରୀ ନଦୀରେ ପହଞ୍ଚି ନିଖୋଜ ମହିଳାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook