Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୨ ମୃତ, ୫ ନିଖୋଜ

    Share on :
    ajab-Image
    Date: May 28, 2026    Views: 3089

    ବିହାର:  ବିହାରର ସମସ୍ତିପୁର ଜିଲ୍ଲାରେ ଗୁରୁବାର ସକାଳେ ଏକ ଦୁଃଖଦାୟକ ଅଘଟଣ ଘଟିଯାଇଛି । ମୋହିଉଦ୍ଦିନନଗର ବ୍ଲକର ସୁଲତାନପୁର ଦିଆରା ନିକଟରେ ପ୍ରାୟ ୧୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫ ଜଣ ନିଖୋଜ ଅଛନ୍ତି। ସରକାରୀ ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୫:୩୦ ସମୟରେ ପ୍ରବଳ ପବନ ଯୋଗୁଁ ଗଙ୍ଗା ନଦୀ ମଝିରେ ଏହି ଦୁର୍ଘଟଣା ଘଟିଥିଲା । ଡଙ୍ଗାରେ ଥିବା ଲୋକମାନେ ମୁଖ୍ୟତଃ ମହିଳା ଥିଲେ ଏବଂ ସେମାନେ ନଦୀ ପାର ହୋଇ ପୋଟଳ ଓ ଅନ୍ୟାନ୍ୟ ପନିପରିବା ଆଣିବାକୁ ଯାଉଥିଲେ । ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।
    ବାକି ୫ ଜଣ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ନଦୀରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆଖି ପିଛୁଳାକେ ଡଙ୍ଗାଟି ନଦୀ ମଝିରେ ବୁଡ଼ିଯାଇଥିଲା । କିଛି ଲୋକ ପହଁରି କୂଳକୁ ଚାଲିଆସିଥିଲେ ମଧ୍ୟ ଅଧିକାଂଶ ମହିଳା ପାଣିରେ ବୁଡ଼ିଯାଇଥିଲେ। ଉଦ୍ଧାର ହୋଇଥିବା ମହିଳାମାନଙ୍କ ମଧ୍ୟରୁ ୨ ଜଣ ଅଚେତ ଥିବା ବେଳେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook