ମୁଖ୍ୟ ଖବର
ନୂଆଦିଲ୍ଲୀ : ଯମୁନା ନଦୀରେ ଓଲଟିଲା ଡଙ୍ଗା । ୧୦ ଜଣ ପ୍ରାଣ ହରାଇଥିବାବେଳେ ୧୫ ଜଣ ଶ୍ରଦ୍ଧାଳୁ ଉଦ୍ଧାର ହୋଇଛନ୍ତି । ସ୍ଥାନୀୟ ଲୋକ ଏବଂ ପ୍ରଶାସନ ତରଫରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ୮ରୁ ଅଧିକ ଏବେ ମଧ୍ୟ ନିଖୋଜ ରହିଛନ୍ତି ।ଖବର ମୁତାବକ, ଉତ୍ତରପ୍ରଦେଶ ବୃନ୍ଦାବନର କେଶି ଘାଟରେ ଯମୁନା ନଦୀରେ ଡଙ୍ଗା ବୁଡିବାରୁ ୧୦ ଜଣ ଶ୍ରଦ୍ଧାଳୁଙ୍କ ପ୍ରାଣ ଚାଲିଯାଇଛି । ଡଙ୍ଗାରେ ଥିବା ଲୋକଙ୍କ ମଧ୍ୟରୁ ଅଧିକ ନିଖୋଜ ରହିଛନ୍ତି । ଡଙ୍ଗାରେ ୩୩ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଯମୁନା ନଦୀରେ ସର୍ଚ୍ଚ ଅପରେସନର ଜାରି ରହିଛି । ବୁଡ଼ାଳି ନିଖୋଜ ଲୋକଙ୍କୁ ଖୋଜୁଛନ୍ତି । ମଥୁରା ଜିଲ୍ଲା ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖୁଛନ୍ତି ।ଡଙ୍ଗା ବୁଡିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ବିଷୟରେ ତଦାରଖ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଦୁଃଖ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ୟ୍ୟ ଯଥାଶୀଘ୍ର କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ । ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।ଜିଲ୍ଲା ମାଜିଷ୍ଟ୍ରେଟ୍ ଚନ୍ଦ୍ର ପ୍ରତାପ ସିଂହ ଦୁର୍ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଦୁର୍ଘଟଣାରେ ଏପର୍ୟ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଦଳ ଅନ୍ୟମାନଙ୍କୁ ଖୋଜୁଛନ୍ତି।
Comments ସମସ୍ତ ମତାମତ