Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଏମସିର 42 ତମ କର୍ପୋରେସନ ବୈଠକ: ବଡ ବଡ ଡ୍ରେନରେ ଲାଗିବ ସେନସର୍

    Share on :
    ajab-Image
    Date: Jul 1, 2026    Views: 3429

    ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର 42 ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଆଜିର ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଶ୍ରୀମତୀ ସସ୍ମିତା ସାହୁ, ସିଟି ଇଂଜିନିୟର ପ୍ରଫୁଲ୍ଲ ରଇତ ମୁଖ୍ୟବିତ୍ତ ଅଧିକାରୀ ଶ୍ରୀ ଦୀପକ ରଂଜନ ବେହେରା ପ୍ରମୁଖ ମଂଚାସୀନ ଥିଲେ । 
          ବଡବଡ ଡ୍ରେନରେ ଲାଗିବ ସେନସର । ସଠିକ୍ ଭାବେ ପଙ୍କୋଦ୍ଧାର ହୋଇଛି କି ନାହିଁ ତାହା ଜଣାପଡିବ ।  ବିଏମ୍ ସି ଅଂଚଳରେ ଆମିଷ ବର୍ଜ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି । ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେଲେ, ପାଖପଡୋଶୀ ସ୍ୱାୟତ୍ତ ଶାସନ ସଂସ୍ଥା ଉପକୃତ ହେବେ । ଏଥିପାଇଁ ବିଏମ୍ ସିକୁ କୌଣସି ଅର୍ଥ ବ୍ୟୟ କରିବାକୁ ପଡିବ ନାହିଁ ବୋଲି ଗୃହକୁ ସୂଚନା ଦେଇଛନ୍ତି କମିଶନର ଶ୍ରୀ ରାଣା । ସୁପ୍ରିମ କୋର୍ଟଙ୍କ ନିର୍ଦେଶ ମୁତାବକ ବିଭିନ୍ନ ସ୍ଥାନରେ ଡଗ୍ ସେଲଟର ଖୋଲାଯିବ । ଏହା ବ୍ୟତୀତ ଅନେକ ବଡ ବଡ ପ୍ରକଳ୍ପ ପ୍ରତିଷ୍ଠା ହେବା ପାଇଁ ଯୋଜନା ରହିଛି ବୋଲି ସେ କହିଛନ୍ତି । 
    ବୈଠକ ଆରମ୍ଭରୁ ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟାନ୍ୱୟ ସଂପର୍କରେ ଆଲୋଚନା କରାଯାଇଥିଲା । ପରେ କର୍ପୋରେଟର ଓ ବିଭିନ୍ନ ଉପବିଭାଗରୁ ଆସିଥିବା ପ୍ରସ୍ତାବଗୁଡିକ ଆଗତ କରାଯାଇଥିଲା । ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ମୋଟ 7ଟି ଲିଖିତ ପ୍ରଶ୍ନ ଉପସ୍ଥାପନ କରାଯାଇଥିଲା । ଜିରୋ ଆଓ୍ୱାରରେ କର୍ପୋରେଟରମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । 
    କର୍ପୋରେଟରମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଓ ଗୃପ୍ ଇନସ୍ୟୁରାନ୍ସ ସଂପର୍କରେ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ମଧ୍ୟ ଆଲୋଚନା ହୋଇଛି । ବିଏମ୍ ସି ଅଧିନରେ ଥିବା ସମସ୍ତ ମେଡିକାଲକୁ 5 ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦେବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ବର୍ଷା ଦିନ ଆସିଯାଇଥିବାରୁ ବିଭିନ୍ନ ଓ୍ୱାର୍ଡରୁ ଗଛ ଡାଳ କାଟିବା ପାଇଁ ଅଧିକ ଗାଡି ଓ ମାନବ ସମ୍ବଳ ଯୋଗାଇ ଦେବାକୁ ବୈଠକରେ ଆଲୋଚନା ହୋଇଛି । ଭୁବନେଶ୍ୱରର ଯେଉଁ ଯେଉଁ ଅଂଚଳରେ ରଥଯାତ୍ରା ହେଉଛି, ସେହି ଅଂଚଳରେ ଝୁଲିଥିବା ବିଦ୍ୟୁତ୍ ତାର ସଜାଡିବା ପାଇଁ ଟିପିସିଡିଓଏଲ୍ କୁ ନିର୍ଦେଶ ଦିଆଯାଇଛି । ସେହିଭଳି ଯେଉଁ ଯେଉଁ ରାସ୍ତା ଦେଇ ରଥ ଯିବ, ଉଭୟ ଆର୍. ଆଣ୍ଡ ବି ଏବଂ ବିଏମ୍ ସି ତୁରନ୍ତ ସେହି ରାସ୍ତାଗୁଡିକର ମରାମତି କାମ ସାରିବାକୁ ନିର୍ଦେଶ ଦିଆଯାଇଛି । ବିଭିନ୍ନ ବିଭାଗ ରାସ୍ତା ଖୋଳି କାମ ତୁରନ୍ତ କରୁନଥିବାରୁ କ୍ଷୋକ୍ଷ ପ୍ରକାଶ କରିଛନ୍ତି ମାନନୀୟା ମେୟର । ବର୍ଷା ଆରମ୍ଭ ହୋଇଯାଇଥିବାରୁ ଆଉ କୌଣସି ବିଭାଗ ଏବେ ରାସ୍ତା ଖୋଳି କାମ ନକରିବା ପାଇଁ ତାଗିଦ କରିଛନ୍ତି । ଅନ୍ୟମାନେ ରାସ୍ତା ଖୋଳୁଛନ୍ତି, ମାତ୍ର ସାଧାରଣ ଲୋକେ ବିଏମ୍ ସିରେ ଅଭିଯୋଗ କରୁଛନ୍ତି । ଫଳରେ ବିଏମ୍ ସିକୁ ଲୋକମାନଙ୍କ ରୋଷର ଶିକାର ହେବାକୁ ପଡୁଛି ବୋଲି ସେ କହିଛନ୍ତି ।  ଅନ୍ୟପକ୍ଷରେ ସାନିଟେସନ ମଲ୍ଟି ଟାକ୍ସିଂ ଆସିଷ୍ଟାଣ୍ଡ ଦିନ ରାତି କାର୍ଯ୍ୟ କରୁଥିବାରୁ ସେମାନଙ୍କର ପାଉଣା ଚୁକ୍ତି ଅନୁଯାୟୀ ପ୍ରତିବର୍ଷ 10 ପ୍ରତିଶତ ବୃଦ୍ଧି କରିବାକୁ ନିର୍ଦେଶ ଦିଆଯାଇଛି ।  
    ଜିରୋ ଆଓ୍ୱାରରେ ବିଦ୍ୟୁତ୍ ଆଲୋକ ଓ ଗଛ ଡାଳ କାଟିକା ପାଇଁ ପଦକ୍ଷେପ ନେବାକୁ ଉପବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି । ଏହି ସମସ୍ତ କାର୍ଯ୍ୟର ସଂଯୋଜନା କରିଥିଲେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook