Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଏମସି ପକ୍ଷରୁ ଗଣସଫେଇ ଅଭିଯାନ: ୟୁନିଟ୍-9 ଅଞ୍ଚଳରେ ସଫେଇ କଲେ ମେୟର

    Share on :
    ajab-Image
    Date: Jun 4, 2026    Views: 3127

    ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରୂପାଲୀ ଛକ ସମେତ ୟୁନିଟ୍-9 ଅଂଚଳରେ ଗଣ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ସହ ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ସ୍ଥାନୀୟ କର୍ପୋରେଟର ଶ୍ରୀ ଅପୂର୍ବ ନାରାୟଣ ରାଉତ, ପରିମଳ ଉପାୟୁକ୍ତ ଶ୍ରୀ ଏନ୍. ଗଣେଶ ବାବୁ, ବିଭିନ୍ନ ଏଜେନ୍ସିର କର୍ମଚାରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ସ୍ଥାନୀୟ ନାଗରିକ ଏବଂ ଟିମ୍  ବିଏମ୍ ସି ସାମିଲ ହୋଇଥିଲେ । 29 ନମ୍ବର ଓ୍ୱାର୍ଡ ଅନ୍ତର୍ଗତ ୟୁନିଟ୍-9 ଅଂଚଳରୁ 8 ଗାଡିରୁ ଅଧିକ ସବୁଜ ବର୍ଜ୍ୟ ଉତ୍ତୋଳନ କରାଯାଇଥିଲା । 9 ନମ୍ବର ବାଳିକା ବିଦ୍ୟାଳୟ ସମ୍ମୁଖରେ ଥିବା ପାର୍କକୁ ପରିଷ୍କାର କରାଯିବା ସହ ୟୁନିଟ୍ 9 ମଧ୍ୟରେ ଥିବା ପାର୍କ ମଧ୍ୟ ବୁଲି ଦେଖିଥିଲେ ମାନନୀୟା ମେୟର । ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟ ପଛ ପାର୍ଶ୍ୱ ରାସ୍ତାକୁ ଜବରଦଖଲ କରିଥିବା ସମସ୍ତ ବ୍ୟବସାୟୀଙ୍କୁ ତୁରନ୍ତ ସ୍ଥାନ ଛାଡିବା ପାଇଁ ତାଗିଦ କରାଯାଇଛି । 
    ଭୁବନେଶ୍ୱରକୁ ସ୍ୱଚ୍ଛ, ସବୁଜ, ସୁନ୍ଦର କରିବା ପାଇଁ ବିଏମ୍ ସି ପକ୍ଷରୁ ଗଣସଫେଇ ଅଭିଯାନ ଜାରି ରହିଛି । ଆଗାମୀ ଦିନରେ ବିଭିନ୍ନ ଅଂଚଳରେ ଏହିପରି ଗଣସଫେଇ କାର୍ଯ୍ୟ କରାଯିବ । ତେବେ ଲୋକମାନେ ନିଜେ ନିଜେ ସଚେତନ ହେବାକୁ ଅନୁରୋଧ କରିଛନ୍ତି ମାନନୀୟା ମେୟର । ଭୁବନେଶ୍ୱରବାସି ଓଦା ସୁଖିଲା ବର୍ଜ୍ୟକୁ ଏଣେ ତେଣେ ନ ପକାଇ ବିଏମ୍ ସି ସଫେଇ ଗାଡିକୁ ଦେବାପାଇଁ ଅନୁରୋଧ କରିଛନ୍ତି । ଏଥିପାଇଁ ପ୍ରତ୍ୟେକ ଗୋଷ୍ଠୀ, ସ୍ୱେଚ୍ଛେସେବୀ ସଂଗଠନ ତଥା ସଚେତନ ନାଗରିକ ଜନସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରିଛନ୍ତି ମାନନୀୟା ମେୟର ଶ୍ରୀମତୀ ଦାସ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook