Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବଡ଼ ଖବର: ବିଜେପି ଛାଡ଼ିଲେ ନୀଳଗିରି ବିଧାୟକ

    Share on :
    ajab-Image
    Date: Mar 29, 2024    Views: 3713

    ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ନେତାଙ୍କ ଦଳ ଛାଡ଼ିବା ପ୍ରକ୍ରିୟା ଜାରି ରହିଛି । ଏହାରି ଭିତରେ ଆଉ ଜଣେ ବିଜେପି ବିଧାୟକ ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ।

    ସେ ନିଜର ଇସ୍ତଫାପତ୍ରକୁ ବିଜେପି ରାଜ୍ୟସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇ ଦେଇଥିବା ଜଣାଯାଇଛି । 

    ପ୍ରକାଶ ଯେ, ଶ୍ରୀ ନାୟକ ୨୦୧୯ ମସିହାରେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ । କେବଳ ସେତିକି ନୁହେଁ ବିଜେପି ଟିକେଟରେ ନିର୍ବାଚନ ଲଢି ବିଜୟ ଲାଭ କରିଥିଲେ । 

    ତେବେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ନିଜର  ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ । ଏହା ପୂର୍ବରୁ ଟିକେଟ ନମିଳିବା ଆଶଙ୍କାରେ ଶ୍ରୀ ନାୟକ ଦଳ ଛାଡ଼ିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।  

    ସୁକାନ୍ତ ଛାତ୍ର ଜୀବନରୁ ବିଜୁବାବୁଙ୍କ ନୀତି ଆଦର୍ଶକୁ ଅନୁସରଣ କରି ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ନିଜ ପଞ୍ଚାୟତରେ ୧୯୯୨ରୁ ୧୯୯୪ ପର୍ୟ୍ୟନ୍ତ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଲୋକଙ୍କର ସେବା ଆରମ୍ଭ କରିଥିଲେ। ପରେ ୧୯୯୪ ମସିହାରେ ଯୁବ ଇଞ୍ଜିନିୟର ଭାବରେ ଓଡ଼ିଶା ସରକାରଙ୍କ ଜଳସେଚନ ବିଭାଗରେ ଯୋଗଦେଇ ଚାକିରୀ ଜୀବନ ଆରମ୍ଭ କରିଥିଲେ। ୨୦୧୪ ମସିହାରେ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଥିବା ବେଳେ ସରକାରୀ ଚାକିରୀରୁ ଇସ୍ତଫା ଦେଇ ଜନସେବାକୁ ଆପଣେଇ ନେଇଥିଲେ।

    ୨୦୧୪ରେ ନୀଳଗିରି ନିର୍ବାଚନ ମଣ୍ଡଳୀରେ ବିଜେଡ଼ିରୁ ସୁକାନ୍ତ ପ୍ରାର୍ଥୀ ହୋଇ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ମହିଳା ପ୍ରାର୍ଥୀ ସୁଷମା ବିଶ୍ବାଳଙ୍କୁ ୧୩ ହଜାର ୭ ଶହ ଖଣ୍ଡ ଭୋଟରେ ପରାଜିତ କରି ନୀଳଗିରି ନିର୍ବାଚନ ମଣ୍ଡଳୀରେ ନିଜର ଲୋକପ୍ରିୟତା ଦର୍ଶାଇଥିଲେ। ପରବର୍ତ୍ତୀ ୨୦୧୯ ମସିହା ନିର୍ବାଚନରେ ଜିଲା ସଭାପତିଙ୍କ ସହିତ ମନୋମାଳିନ୍ୟ ଯୋଗୁଁ ବିଜେଡ଼ି ଦଳ ଛାଡି ଭାରତୀୟ ଜନତା ପାର୍ଟିରରେ ଯୋଗ ଦେଇଥିଲେ। ଉକ୍ତ ନିର୍ବାଚନରେ ସନ୍ତୋଷ ଖଟୁଆ କଡ଼ା ଟକ୍କର ଦେଇଥିଲେ ହେଁ ସୁକାନ୍ତ କୁମାର ନାୟକ ବାଜି ମାରି ନେଇଥିଲେ। ସୁକାନ୍ତ ୬୯୫୧୭ ଖଣ୍ଡ ଭୋଟ ପାଇଥିବା ବେଳେ ସନ୍ତୋଷ ଖଟୁଆ ୬୭୫୧୭ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ।

    Maximum 500 characters

    ରାଜନୀତି View all

    Find Us on Facebook