Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନୌଗାମ ଥାନାରେ ବିସ୍ଫୋରଣ ‘ଦୁର୍ଘଟଣାଜନିତ’: ଡିଜିପି

    Share on :
    ajab-Image
    Date: Nov 15, 2025    Views: 3149

      ନୂଆଦିଲ୍ଲୀ:  ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ସ୍ଥିତ ନୌଗାମ ଥାନାରେ ବିସ୍ଫୋରଣକୁ ‘ଦୁର୍ଘଟଣାଜନିତ’ କହିଛନ୍ତି ପୁଲିସ୍ ମହାନିର୍ଦ୍ଦେଶକ । ଗଣମାଧ୍ୟମକୁ ଏନେଇ ସୂଚନା ଦେଲେ ଜମ୍ମୁ-କାଶ୍ମୀର ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ କହିଛନ୍ତି ଏହା ଏକ ଦୁର୍ଘଟଣା । ବିସ୍ଫୋରଣ କାରଣ ସମ୍ପର୍କରେ ଅନ୍ୟ କୌଣସି ଅନୁମାନ ଅନାବଶ୍ୟକ । ସେ ସ୍ପଷ୍ଟ କରିଛନ୍ତି କି, କୌଣସି ଆତଙ୍କୀ ହମଲା ହୋଇନାହିଁ । ଫରିଦାବାଦରୁ ଅଣାଯାଇଥିବା ବିସ୍ଫୋରକ ସାମ୍ପଲିଂ ସମୟରେ ହୋଇଥିବା ଦୁର୍ଭାଗ୍ୟଜନକ ଦୁର୍ଘଟଣା ।  ଗୃହମନ୍ତ୍ରଣାଳୟ ପକ୍ଷରୁ ଘଟଣାକୁ 'ଦୁର୍ଘଟଣାଜନିତ' ବୋଲି କୁହାଯାଇଛି ।

    ​​​​​ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟା ୨୦ରେ ଶ୍ରୀନଗରସ୍ଥିତ ନୌଗାମ ଥାନାରେ ବିସ୍ଫୋରଣ ହୋଇ ୯ ଜଣଙ୍କର ମୃତ୍ୟୁ ହୋଇଛି । ୩୨ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣରେ ଜଣେ ଏସଆଇଏ କର୍ମୀ, ୩ ଏଫଏସଏଲ, ୨ କ୍ରାଇମସିନ ଫଟୋଗ୍ରାଫର, ୨ ରାଜସ୍ୱ ଅଧିକାରୀ ଓ ଜଣେ ଟେଲରଙ୍କର ମୃତ୍ୟୁଙ୍କର ହୋଇଛି । ବିସ୍ଫୋରଣ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜମ୍ମୁ କାଶ୍ମୀର ଡିଜିପି ନଳିନ ପ୍ରଭାତ । ସେ କହିଛନ୍ତି, ''ବିସ୍ଫୋରଣ ଦୁର୍ଘଟଣାଜନିତ । ଘଟଣାର କିଛି ଅନ୍ୟ କାରଣ ଥିବା ଅନୁମାନ କରିବା ଅନାବଶ୍ୟକ । ପୁଲିସ୍ ଓ ଫରେନ୍ସିକ ଯାଞ୍ଚ ବେଳେ ବିସ୍ଫୋରଣ ଘଟିଛି । ଘଟଣାରେ କୌଣସି ଆତଙ୍କୀ ଷଡଯନ୍ତ୍ର କି ଅନ୍ୟ କାହାର ହସ୍ତକ୍ଷେପ ନାହିଁ । ଫରିଦାବାଦରୁ ଆସିଥିବା ବିସ୍ଫୋରକ ସାମଗ୍ରୀର ସାମ୍ପଲିଂ ପ୍ରକ୍ରିୟା ୨ ଧରି ଚାଲିଥିଲା । ଏହି ସମୟରେ ଦୁର୍ଘଟଣା ଘଟିଛି । କେମିତି ଓ କେଉଁ ପରସ୍ଥିତିରେ ଘଟିଲା ତାର ତଦନ୍ତ ଚାଲିଛି । ଆତଙ୍କୀ ଷଡ଼ଯନ୍ତ୍ରର କୌଣସି ଲିଙ୍କ ନାହିଁ । ଫରିଦାବାଦରେ ଜବତ ବିସ୍ଫୋରକର ସାମ୍ପଲିଂ ସତର୍କତାର ସହିତ ଚାଲିଥିଲା ହେଲେ ଅଘଟଣ ଘଟିଗଲା ।'' 

    Maximum 500 characters

    ଦେଶ ବିଦେଶ View all

    Find Us on Facebook