Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଔଷଧ କମ୍ପାନୀରେ ବିସ୍ଫୋରଣ, ୨ ମୃତ, ୯ ଆହତ

    Share on :
    ajab-Image
    Date: Aug 22, 2026    Views: 2570

    ହାଇଦ୍ରାବାଦ: ତେଲେଙ୍ଗାନାର ୟାଦାଦ୍ରି ଭୋଙ୍ଗିର ଜିଲ୍ଲାର ପୋଚମପାଲି ମଣ୍ଡଳର ଦୋଥିଗୁଡେମ ନିକଟରେ ଥିବା ଏକ ଔଷଧ କମ୍ପାନୀ ହାଜେଲୋ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡ୍‌ରେ ବିଳମ୍ବିତ ରାତିରେ ଭୟଙ୍କର ବିସ୍ଫୋରଣ ଘଟିଛି । ଔଷଧ କମ୍ପାନୀରେ ଏକ ରିଆକ୍ଟର ବିସ୍ଫୋରଣ ହେବା ଫଳରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସେହିପରି ୯ ଜଣ ଆହତ ହୋଇଥିବା ପୋଲିସ କହିଛି ।
    ବିସ୍ଫୋରଣ ଯୋଗୁଁ କମ୍ପାନୀ ପରିସରରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ନିଆଁକୁ ନିୟନ୍ତ୍ରଣ କରିଥିଲେ । ଆହତ ଦୁଇଜଣ ଶ୍ରମିକଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ନାମ ରାଜଶେଖର (୩୮) ଏବଂ ନାଗରାଜୁ । ରାଜଶେଖର ସୂର୍ୟ୍ୟପେଟ ଜିଲ୍ଲାର ମାଧବପୁରମ ଗାଁର ବାସିନ୍ଦା ଥିଲେ । ରିଆକ୍ଟର ବିସ୍ଫୋରଣର ସଠିକ୍ କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
    ଜଣେ ପୋଲିସ ଅଧିକାରୀ କହିଛନ୍ତି, "ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ୯ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଶରୀର ୫୦ ପ୍ରତିଶତରୁ ଅଧିକ ପୋଡ଼ିଯାଇଛି । ୭ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।"

    ସ୍ଥାନୀୟବାସୀ କହିଛନ୍ତି ଯେ, ଜୋରଦାରରେ ଶବ୍ଦ ଶୁଣି ସେମାନେ ଘରୁ ବାହାରକୁ ଦୌଡ଼ି ଆସିଥିଲେ । ସେମାନେ ଦେଖିଥିଲେ ଯେ କମ୍ପାନୀରେ ନିଆଁ ଲାଗିଥିବା ସହ ହୁତୁହୁତୁ ହୋଇ ଜଳୁଛି । ଖବର ପାଇଁ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଦମକଳ ବାହିନୀକୁ ନିୟୋଜିତ କରାଯାଇଥିଲା । ପୋଲିସ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook