Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବାଣ କାରଖାନାରେ ବିସ୍ଫୋରଣ: ୨୧ ମୃତ

    Share on :
    ajab-Image
    Date: May 5, 2026    Views: 2367

    ଲିଉୟାଙ୍ଗ: ଚୀନର ଲିଉୟାଙ୍ଗରେ ଏକ ବାଣ କାରଖାନାରେ ବଡଧରଣର ବିସ୍ଫୋରଣ ଘଟିଛି। ଏଥିରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬୧ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ୟ୍ୟ ଚାଲିଛି । ଘଟଣାସ୍ଥଳରେ ୫୦୦ ଉଦ୍ଧାରକାରୀ ଉପସ୍ଥିତ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ସମୟରେ ଗୁଆଣ୍ଡୁ ଟାଉନସିପ୍‌ରେ ଥିବା ଲିଉୟାଙ୍ଗ ହୁଆଶେଙ୍ଗ ବାଣ କାରଖାନା ନିର୍ମାଣ ଏବଂ ପ୍ରଦର୍ଶନ ସହଯୋଗ କାରଖାନାରେ ଏହି ଦୁର୍ଘଟଣା ଘଟିଥିଲା। ବିସ୍ଫୋରଣ ପରେ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । ଉଦ୍ଧାର ଏବଂ ରିଲିଫ୍ କାର୍ୟ୍ୟ ଜାରି ରହିଛି । ଏଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି । ଏବଂ ୬୧ ଜଣ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook