Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଜାଣନ୍ତୁ, କେଉଁ ଅଙ୍ଗରେ କଳାଜାଇ ରହିଲେ ଶୁଭ ?

    Share on :
    ajab-Image
    Date: Apr 30, 2023    Views: 4551

    କଳାଜାଇକୁ ବ୍ୟୁଟି ସ୍ପଟ୍‌ ବୋଲି ବି କୁହାଯାଏ। ଏହା ମଧ୍ୟ ଅନେକ ସମୟରେ ଆମକୁ ଶୁଭ, ଅଶୁଭର ସୂଚନା ଦେଇଥାଏ। ତେବେ ଶରୀରର କେଉଁ ଅଙ୍ଗରେ କଳାଜାଇ ଥିଲେ କି ସୂଚନା ମିଳେ ଜାଣନ୍ତୁ ସେ ସମ୍ପର୍କରେ…

    - ନାକରେ କଳାଜାଇ ଥିବା ବ୍ୟକ୍ତି ଖୁବ୍‌ ଭାଗ୍ୟଶାଳୀ ହୋଇଥାନ୍ତି। ସେମାନେ ଜୀବନରେ ଖୁବ୍‌ ଉନ୍ନତି କରନ୍ତି। କଷ୍ଟ କରି ସଫଳତା ପାଇବାରେ ତାଙ୍କର ବିଶ୍ୱାସ ରହିଥାଏ। ସେଥିପାଇଁ ସମସ୍ତେ ତାଙ୍କୁ ଖୁବ୍‌ ଭଲ ପାଇଥାନ୍ତି।
    - ଯେଉଁ ବ୍ୟକ୍ତିଙ୍କ ତାଳୁ ଉପରେ କଳାଜାଇ ଥାଏ ସେ ପୁରୁଷ ହୁଅନ୍ତୁ ଅବା ମହିଳା, ସେମାନେ ଧନବାନ୍‌, ପ୍ରତିଷ୍ଠିତ ହେବା ସହ ଜୀବନରେ ଖୁବ୍‌ ଲୋକପ୍ରିୟତା ହାସଲ କରିଥାନ୍ତି।
    - ହେଲେ ତାଳୁକୁ ଛାଡ଼ି ମୁଣ୍ଡର ଅନ୍ୟ କେଉଁ ସ୍ଥାନ ଯେପରିକି ପଛପଟ ଅଥବା ମଥାର ଡାହାଣ ପଟେ କଳାଜାଇ ରହିବା ସେତେଟା ଶୁଭଫଳ ଦେଇ ନଥାଏ। ଏହି ସ୍ଥାନରେ କଳାଜାଇ ଥିବା ବ୍ୟକ୍ତିଙ୍କ ଜୀବନ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ।
    - କାନ ଉପରେ କଳାଜାଇ ରହିବା ବୁଦ୍ଧିମାନ ତଥା ଚତୁରତାର ସଙ୍କେତ ଦେଇଥାଏ। ଯେଉଁ ମାନଙ୍କର ଏହି ସ୍ଥାନରେ କଳାଜାଇ ଥାଏ, ସେମାନେ ନିଜ ବୁଦ୍ଧି ବଳରେ ବହୁତ ଟଙ୍କା ଅର୍ଜନ କରିଥାନ୍ତି। କିନ୍ତୁ ସ୍ବଭାବରେ ଏମାନେ ଖୁବ୍‌ ଖର୍ଚ୍ଚୀ ବି ହୋଇଥାନ୍ତି।
    - ବାମପଟ ଗାଲରେ କଳାଜାଇ ରହିବା ସେମିତି କିଛି ଶୁଭ ଫଳ ଦେଇ ନଥାଏ। ହେଲେ ଡାହାଣ ପଟ ଗାଲରେ କିମ୍ବା ମୁହଁର ମଝି ଭାଗରେ କଳାଜାଇ ରହିବା ଭାଗ୍ୟଶାଳୀର ପ୍ରତୀକ ହୋଇଥାଏ।
    ସେହିପରି କୁହାଯାଏ, ଯାହାଙ୍କର ଡାହାଣ ପଟ ପତା ଉପରେ କଳାଜାଇ ଥାଏ, ସେ ଧାର୍ମିକ ସ୍ବଭାବର ହୋଇଥାନ୍ତି।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook