Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପ୍ରତିଦିନ ଗୋଟିଏ କପ ନାଲି ଚା’, ଦୁରେଇ ଦେବ ଏହି ସବୁ ସମସ୍ୟା

    Share on :
    ajab-Image
    Date: May 7, 2022    Views: 2704

    ଭୁବନେଶ୍ୱର: ବିଶ୍ୱରେ ଅନେକ ଲୋକ ନାଲି ଚା’ ପିଇବାକୁ ପସନ୍ଦ କରନ୍ତି। ଭାରତରେ ତ ଏହାକୁ ଖୁବ୍‌ ମାତ୍ରାରେ ପିଆଯାଇଥାଏ। ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ଲୋକେ କ୍ଷୀର ଚା’ ଅପେକ୍ଷା ନାଲି ଚା’ ପିଇବାକୁ ବେଶି ପସନ୍ଦ କରନ୍ତି। ବ୍ଲାକ୍‌ ଟି (ନାଲି ଚା’) ସେବନ ଦ୍ୱାରା ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ଲାଭ ମଧ୍ୟ ମିଳିଥାଏ, ଯାହା କ୍ଷୀର ଚା’ରେ ମିଳି ନ ଥାଏ। ଆସନ୍ତୁ ଜାଣିବା, ନାଲି ଚା’ ପିଇଲେ ଆମକୁ କେଉଁ ପ୍ରକାର ଫାଇଦା ମିଳିପାରିବ।

    କ୍ୟାନସର ଓ ଟ୍ୟୁମର ଆଶଙ୍କା କମ୍‌ କରିଥାଏ: ନାଲି ଚା’ରେ ପଲିଫେନୋଲ୍ସ ରହିଥାଏ, ଯାହା ଆମ ଶରୀରରେ ଟ୍ୟୁମରର ବିକାଶକୁ କମାଇ ଦେଇଥାଏ। ଅର୍ଥାତ୍‌ ଏହା ଟ୍ୟୁମର ହେବାକୁ ଦେଇ ନ ଥାଏ। ନାଲି ଚା’ ପିଇବା ଦ୍ୱାରା ସ୍ତନ, ଫୁସ୍‌ଫୁସ୍‌, ତ୍ୱଚା ଏବଂ ପ୍ରୋଷ୍ଟେଟ୍‌ କ୍ୟାନସରର ଆଶଙ୍କା କମ୍‌ ହୋଇଯାଇଥାଏ।

    ଆଣ୍ଟିଅକ୍ସିଡାଣ୍ଟ ଗୁଣ: ବ୍ଲାକ୍‌ ଟି’ରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରି ରହିଛି, ଯାହା ଆମ ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ନାଲି ଚା’ର ଏହି ଗୁଣ ଯୋଗୁ ଅନେକ ପୁରୁଣା ରୋଗର ଆଶଙ୍କା ମଧ୍ୟ କମି ଯାଇଥାଏ। ଚା’ରେ ଥିବା ଆଣ୍ଟିଅକ୍ସିଡାଣ୍ଟ କ୍ୟାଟେଚିନ୍‌, ଥିୟାଫ୍ଲେଭିନ ଓ ଥେରୁବିଗିନ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିଥାଏ।

    ହାର୍ଟ ପାଇଁ ଲାଭଦାୟକ: ନାଲି ଚା’ରେ ଫ୍ଲେଭୋନୋଏଡ୍‌ସ ବି ରହିଥାଏ, ଯାହା ହାର୍ଟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଅନେକ ହାର୍ଟଜନିତ ରୋଗର ଆଶଙ୍କାକୁ ମଧ୍ୟ କମ୍‌ କରି ଦେଇଥାଏ।

    ଷ୍ଟ୍ରୋକ୍‌ର ଆଶଙ୍କା କମ୍‌: ନାଲି ଚା’ ଏମିତି ଏକ ପାନୀୟ, ଯାହା ଷ୍ଟ୍ରୋକ୍‌ର ବିପଦକୁ ଅନେକ ମାତ୍ରାରେ ହ୍ରାସ କରାଇ ଦେଇଥାଏ। କହି ରଖୁଛୁ, ମୃତ୍ୟୁର ଅନେକ କାରଣ ମଧ୍ୟରୁ ଷ୍ଟ୍ରୋକ୍‌ ଏକ ମୁଖ୍ୟ କାରଣ ହୋଇଥାଏ।

    ଖରାପ କୋଲେଷ୍ଟ୍ରୋଲ ହୋଇଥାଏ କମ୍‌: ବ୍ଲାକ୍‌ ଟି’ ପ୍ରତିଦିନ ପିଇବା ଦ୍ୱାରା କୋଲେଷ୍ଟ୍ରୋଲ ପ୍ରଭାବୀ ଢଙ୍ଗରେ ନିୟନ୍ତ୍ରଣ ହୋଇଥାଏ।

    ଶରୀରର ଶକ୍ତି ବଢ଼ାଇଥାଏ: ସକାଳୁ ଗୋଟିଏ କପ୍‌ ଗରମ ନାଲି ଚା’ ନିଶ୍ଚୟ ପିଅନ୍ତୁ। ଏହାକୁ ପିଇବା ଦ୍ୱାରା ଶରୀରରେ ଶକ୍ତି ବଢ଼ିଥାଏ ଏବଂ ଆପଣ ନିଜ କାମରେ ଭଲ ଭାବରେ ଧ୍ୟାନ ଦେଇ ପାରନ୍ତି।

    ଏହି ସବୁ ଜିନିଷ ବ୍ୟତୀତ ବ୍ଲାକ୍‌ ଟି’ ରକ୍ତଚାପକୁ ମଧ୍ୟ କମାଇଥାଏ। ଆଭ୍ୟନ୍ତରୀଣ ସ୍ୱାସ୍ଥ୍ୟରେ ସୁଧାର ଆଣିବା ସହିତ ବ୍ଲଡ୍‌ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ। ଏହାଛଡ଼ା ମୁହଁରେ ବ୍ୟାକ୍ଟେରିଆର ବିକାଶକୁ ମଧ୍ୟ ରୋକି ଦେଇପାରେ। ନାଲି ଚା’ ପିଇବା ଦ୍ୱାରା ଆପଣଙ୍କ ପାଚନ ପ୍ରକ୍ରିୟା ଭଲ ହେବା ସହିତ ସମସ୍ତ ପେଟରୋଗ ଦୂର ହୋଇଥାଏ।

    Maximum 500 characters

    ବିଶେଷ View all

    Find Us on Facebook