ମୁଖ୍ୟ ଖବର
ନୂଆଦିଲ୍ଲୀ: ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏକ ବଡ ବୟାନକୁ ନେଇ ପଶ୍ଚିମବଙ୍ଗ ରାଜନୀତି ଜୋର ଧରିଛି । ଏକ ସାମ୍ବାଦିକ ସମ୍ମିଳନୀ କରି ମିଥୁନ କହିଛନ୍ତି, ଟିଏମସିର ୩୮ଜଣ ବିଧାୟକ ବର୍ତ୍ତମାନ ବିଜେପି ସହ ସର୍ମ୍ପକରେ ଅଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ୨୧ଜଣ ବିଧାୟକ ତାଙ୍କ ସହ ସିଧାସଳଖ ସର୍ମ୍ପକରେ ଥିବା ସେ ଦାବି କରିଛନ୍ତି । ଅଭିନେତାରୁ ରାଜନେତା ହୋଇଥିବା ମିଥୁନ କହିଛନ୍ତି, ୧୮ ଟି ରାଜ୍ୟରେ ବିଜେପି ସରକାରରେ ଅଛି । ଆଗାମୀ ଦିନରେ ଅନ୍ୟ ରାଜ୍ୟରେ ମଧ୍ୟ ବିଜେପି ପତକା ଉଡିବ ବୋଲି ସେ ଦାବି କରିଛନ୍ତିି ।
ମିଥୁନ ଆହୁରୀ କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପି ଲଢେଇ ଜାରି ରଖିବ । ଯଦି ଏବେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ହୁଏ, ତେବେ ବିଜେପି ସରକାର ଗଠନ କରିବ । ମିଥୁନଙ୍କ ଏଭଳି ବୟାନକୁ ନେଇ କଡା ମନ୍ତବ୍ୟ ଦେଇଛି ଟିଏମସି । ଟିଏମସି ସାଂସଦ ସାନ୍ତୁନୁ ସେନ କହିଛନ୍ତି, ଏଭଳି ବୟାନ କେବଳ ଲୋକଙ୍କୁ ବୋକା ବନାଇବା ପାଇଁ କୁହାଯାଇଛି । ବାସ୍ତବତା ସହ ଏଥିରେ କୌଣସି ସମ୍ପର୍କ ନାହିଁ । ସେ ଆହୁରୀ କହିଛନ୍ତି, ନିକଟରେ ମିଥୁନ ମେଡିକାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସେ ଶାରୀରିକ ନୁହେଁ ମାନସିକ ରୋଗୀ । ତାଙ୍କୁ ରାଜନୀତି ବିଷୟରେ କିଛି ଜଣା ନାହିଁ ।
Comments ସମସ୍ତ ମତାମତ