Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆବଂଟିତ ପକ୍କାଘର କାହିଁକି ହିତାଧିକାରୀମାନଙ୍କୁ ଦିଆଯାଉନି : ବିଜେପି

    Share on :
    ajab-Image
    Date: May 26, 2023    Views: 3843

    ଭୁବନେଶ୍ୱର: ରାଜ୍ୟର ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ଆବଂଟିତ କରିଥିବା ପକ୍କାଘର କାହିଁକି ହିତାଧିକାରୀମାନଙ୍କୁ ଦିଆଯାଉନି ବୋଲି ବିଜେପି ପ୍ରଶ୍ନ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି । ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି ବୋଲି ବିଧାନସଭାରେ କହୁଥିବା ବିଭାଗୀୟ ମନ୍ତ୍ରୀ କାହିଁକି ବିଧାନସଭା ବାହାରେ ଓଲଟା କଥା କହୁଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି ।
     ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃ୍‌ଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ରାଜ୍ୟର ଗରିବ ବାସହୀନ ଲୋକଙ୍କୁ ପକ୍କା ଘରଟିଏ ଦେବାପାଇଁ ରାଜ୍ୟ ସରକାର ବାରମ୍ବାର ପ୍ରବଂଚନା କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ଓଡ଼ିଶାକୁ ପକ୍କା ଘର ଆବଂଟନ କରିଛନ୍ତିା କିନ୍ତୁ ରାଜ୍ୟ ସରକାର ସଠିକ୍ କ୍ରିୟାନ୍ୱୟନ କରୁନଥିବାରୁ ଯୋଗ୍ୟ ହିତାଧିକାରୀ ଘରଟିଏ ପାଇବାରୁ ବଂଚିତ ହେଉଛନ୍ତି । କେନ୍ଦ୍ର ସରକାର ୩୪ ହଜାର ୬୩ କୋଟି ଟଙ୍କା ପିଏମ୍ ଆବାସ ପାଇଁ ସହାୟତା ଦେବା ସତ୍ୱେ ଓଡ଼ିଶା ଲୋକ ଘର ନପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।୨୦୧୯ ମସିହା ପରଠାରୁ ଆବାସ ଗୃହ ପାଇଁ ବାସହୀନ ଯୋଗ୍ୟ ହିତାଧିକାରୀମାନେ ଅପେକ୍ଷା କରି ବସିଛନ୍ତି ଏବଂ ବିଜେଡି ସରକାର ଯୋଗୁ ତାହା ଲୋକମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି । ପକ୍କା ଘର ପାଇଁ ରାଜ୍ୟ ସରକାରଙ୍କ ଟାର୍ଗେଟ ଥିଲା ୨୬ଲକ୍ଷ ୯୫ ହଜାର। କେନ୍ଦ୍ର ସରକାର ଆଜି ତାରିଖ ସୁଦ୍ଧା ୨୬ଲକ୍ଷ ୫୧ହଜାର ଘର ମଞ୍ଜୁରୀ କରିସାରିଛନ୍ତି । ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ୧୭ଲକ୍ଷ ୧୪ହଜାର ଘର ସମ୍ପୂର୍ଣ୍ଣ ହୋଇଛି ଏବଂ ପାଖାପାଖି ବର୍ଷେ ହେବ ମଞ୍ଜୁରୀ ମିଳିଥିବା ବଳକା ୯ଲକ୍ଷ ୫୯ହଜାର ୫୦୦ ଘର ପାଇଁ ଆଜି ପର୍ୟ୍ୟନ୍ତ ତାଲିକା ପ୍ରସ୍ତୁତ ହୋଇପାରିଲା ନାହିଁ କି ଏହାର ସଠିକ୍ କ୍ରିୟାନ୍ୱୟନ ହୋଇପାରିଲା ନାହିଁ ।

    ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୨ମସିହା ନଭେମ୍ବର ୧ ପୂର୍ବରୁ କାର୍ୟ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଦୁଇ ଦୁଇ ଥର ତାଗିଦ୍ କରିବା ସହ ୨୦୨୩ ଜୁନ୍ ମାସ ସୁଦ୍ଧା ହିତାଧିକାରୀଙ୍କୁ ପକ୍କା ଘର ନିର୍ମାଣ ପାଇଁ ଆଦେଶ ପତ୍ର ଦେବାକୁ କେନ୍ଦ୍ର ସରକାର କହିଛନ୍ତି । ମେ’ ମାସ ସରିବାକୁ ବସିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଏ ଦିଗରେ କିଛି ଚିନ୍ତା ନାହିଁ କି ଚେତା ମଧ୍ୟ ପଶୁନି । ଅଯୋଗ୍ୟଙ୍କୁ ବାଦ୍ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବାକୁ ବିଜେପି ବାରମ୍ବାର ଦାବି କରିଆସୁଛି । ତେଣୁ ଯଦି ଅଯୋଗ୍ୟ ହିତାଧିକାରୀ ଘର ପାଏ ତା’ହେଲେ ପରିଣାମ ଅତି ଭୟଙ୍କର ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook