ମୁଖ୍ୟ ଖବର
ଭୁବନେଶ୍ୱର: ବିଜେଡି ମହିଳା ୱିଙ୍ଗ ପକ୍ଷରୁ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ଉପରେ ପ୍ରତିକ୍ରିୟା ରଖି ରାଜ୍ୟ ବିଜେପି ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ, ଗ୍ୟାସ ଦର ଅନ୍ତର୍ଜାତୀୟ ବଜାରର ସ୍ଥିର କରିଥାଏ । ଏଥିରେ ମୋଦି ସରକାରଙ୍କ କୌଣସି ଭୂମିକା ନାହିଁ । ଏକଥାକୁ କ’ଣ ବିଜୁ ଜନତା ଦଳର ନେତାନେତ୍ରୀ ଜାଣନ୍ତିନି କି? ଗ୍ୟାସ ଉପରେ ସର୍ବାଧିକ ଟିକସ ରାଜ୍ୟ ସରକାର ନେଉଛନ୍ତି । ତେଣୁ ପ୍ରଥମେ ରାଜ୍ୟ ସରକାର ସିଂହଭାଗ ଟିକସ ଛାଡ଼ କରନ୍ତୁ । ରାଜ୍ୟ ସରକାର ଏଠି ଡ୍ରାମା ନକରି ସାହସ ଅଛିତ ଗ୍ୟାସ ଭଳି ପଦାର୍ଥକୁ ଜିଏସଟି କାଉନସିଲରେ ଦାବି ଉପସ୍ଥାପନ କରନ୍ତୁ ।ନିରୁଙ୍କଶ ଶାସନ କ୍ଷମତାରେ ରହି ସୁଦ୍ଧା ଆଳୁ, ପିଆଜ ଭଳି ନିତିଦିନିଆ ଅତ୍ୟାବଶ୍ୟକୀୟ ଘରୋଇ ଜିନିଷର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବିଜେଡି ସରକାରଙ୍କ ଦରଦାମ ବୃଦ୍ଧି ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ।
ରାଜ୍ୟର ଆଇନଶୃଙ୍ଖଳା ବିପର୍ୟ୍ୟସ୍ତ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାର ଷଡ଼ଯନ୍ତ୍ରକୁ ଲୁଚେଇବା ପାଇଁ ବିଜେଡି ସରକାର ଗ୍ୟାସ ଦର ବଢ଼ିବାର ନୂଆ ନାଟକ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜୁ ଜନତା ଦଳର ନେତା-ନେତ୍ରୀଙ୍କ ଏଭଳି ଡ୍ରାମା ରାଜନୈତିକ ଅପରିପକ୍ୱତାକୁ ଦର୍ଶାଉଛି । ଦେଶରେ ରୋଷେଇ ଗ୍ୟାସର ଚାହିଦାକୁ ପୂରଣ କରିବା ପାଇଁ ଅନ୍ୟ ଦେଶ ଉପରେ ଭାରତ ନିର୍ଭରଶୀଳ । ଆନ୍ତର୍ଜାତୀୟ ସ୍ତରରେ ନିର୍ଦ୍ଧାରିତ ହେଉଥିବା ଦରକୁ ନେଇ ରୋଷେଇ ଗ୍ୟାସର ମୂଲ୍ୟ ନିର୍ଦ୍ଧାରଣ କରାଯାଏ । ଏହି କାରଣରୁ ଗ୍ୟାସ ଦର ତଳ ଉପର ହୋଇଥାଏ । ରନ୍ଧନ ଗ୍ୟାସ ଦରଦାମ ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ନଥାଏ । ଏହି କ୍ରମରେ ଏବେ ଗ୍ୟାସ ମୂଲ୍ୟରେ ବୃଦ୍ଧି ପାଇଛି ଏବଂ ଆଗାମୀ ଦିନରେ ହ୍ରାସ ମଧ୍ୟ ପାଇବ । ଏହା ଏକ ନିରନ୍ତର ପ୍ରକ୍ରିୟା । ଦରଦାମ ବୃଦ୍ଧି ନେଇ ବିଜେଡିର ଅଭିଯୋଗର କୌଣସି ଭିତ୍ତିଭୂମି ନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
Comments ସମସ୍ତ ମତାମତ