Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପିସିସି ସଭାପତି ଦେଶବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ: ବିଜେପି

    Share on :
    ajab-Image
    Date: Apr 30, 2025    Views: 2698

    ଭୁବନେଶ୍ବର: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ  ପିସିସି ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିବା ଘଟଣାରେ ଆଜି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଭକ୍ତ ଚରଣ ଦାସ ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଭକ୍ତ ଚରଣ ଦାସ ନିଜର ଟିପ୍ପଣୀ ପାଇଁ ଦେଶବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା  କରିବା ଉଚିତ। ସେ ଜଣେ ଅଭିଜ୍ଞ ରାଜନେତା ହୋଇ ମଧ୍ୟ ଯେଉଁଭଳି କଥା କହିଲେ ତାହା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତ ୨୮ଟି ପରିବାରର କଟାଘା’ରେ ଚୂନ ଲଗାଇବା ସଦୃଶ।ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି, ଭକ୍ତ ଚରଣ ଦାସ ନିଜର ଟିପ୍ପଣୀ ପାଇଁ ଦେଶବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା  କରିବା ଉଚିତ। ସେ ଜଣେ ଅଭିଜ୍ଞ ରାଜନେତା ହୋଇ ମଧ୍ୟ ଯେଉଁଭଳି କଥା କହିଲେ ତାହା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତ ୨୮ଟି ପରିବାରର କଟାଘା’ରେ ଚୂନ ଲଗାଇବା ସଦୃଶ। ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଆହୁରି କହିଛନ୍ତି, ୧୯୮୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଗଲା, ସେତେବେଳେ କଂଗ୍ରେସ ଦଳ ପ୍ରାୟ ବର୍ଷକ ଆଗରୁ ନିର୍ବାଚନ କରାଇଥିଲେ। ଠିକ୍ ସେମିତି ୧୯୯୧ରେ ଯେତେବେଳେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଗଲା ସେତେବେଳେ ତ ଏନେଇ ବିଜେପି  କୌଣସି କୁତ୍ସା ରଟନା କରିନଥିଲା। ଯେଉଁ ଏଲଟିଟିଇକୁ କଂଗ୍ରେସ ସରକାର ଫଣ୍ଡିଂ କରୁଥିଲେ, ସେହି ସଂଗଠନ ହିଁ ରାଜୀବ ଗାନ୍ଧୀଙ୍କ ଜୀବନ ନେଇଥିଲା। କେନ୍ଦ୍ର ସରକାର ନାଟକ କରୁନାହାନ୍ତି। କିଏ ନାଟକ କରୁଛି, ତାହା ଦେଶବାସୀ ଜାଣନ୍ତି। ବରିଷ୍ଠ କଂଗ୍ରେସ ନେତାମାନେ ଯେଉଁଭଳି ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛି ସେମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ କେଉଁଭଳି ଦୃଷ୍ଟିରେ ଦେଖୁଛନ୍ତି।      
    ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଆହୁରି କହିଛନ୍ତି, ୧୯୮୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଗଲା, ସେତେବେଳେ କଂଗ୍ରେସ ଦଳ ପ୍ରାୟ ବର୍ଷକ ଆଗରୁ ନିର୍ବାଚନ କରାଇଥିଲେ। ଠିକ୍ ସେମିତି ୧୯୯୧ରେ ଯେତେବେଳେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଗଲା ସେତେବେଳେ ତ ଏନେଇ ବିଜେପି  କୌଣସି କୁତ୍ସା ରଟନା କରିନଥିଲା। ଯେଉଁ ଏଲଟିଟିଇକୁ କଂଗ୍ରେସ ସରକାର ଫଣ୍ଡିଂ କରୁଥିଲେ, ସେହି ସଂଗଠନ ହିଁ ରାଜୀବ ଗାନ୍ଧୀଙ୍କ ଜୀବନ ନେଇଥିଲା। କେନ୍ଦ୍ର ସରକାର ନାଟକ କରୁନାହାନ୍ତି। କିଏ ନାଟକ କରୁଛି, ତାହା ଦେଶବାସୀ ଜାଣନ୍ତି। ବରିଷ୍ଠ କଂଗ୍ରେସ ନେତାମାନେ ଯେଉଁଭଳି ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛି ସେମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ କେଉଁଭଳି ଦୃଷ୍ଠିରେ ଦେଖୁଛନ୍ତି।      

    ସୂଚନାଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ  ପିସିସି ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ର ସରକାରଙ୍କୁ ଘେରିବା ସହିତ ପ୍ରଶ୍ନ ଉଠାଇଥିଲେ।  ଭାରତ ମାଟିରେ ଆତଙ୍କବାଦୀଙ୍କ ହିନ୍ଦୁ ଶବ୍ଦ ବ୍ୟବହାର କରିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଆତଙ୍କବାଦୀ କାହିଁକି ହିନ୍ଦୁ ଶବ୍ଦ ବ୍ୟବହାର କଲେ ? କିଏ ଆତଙ୍କବାଦୀଙ୍କ ମୁହଁରେ ହିନ୍ଦୁ ଶବ୍ଦ କୁହାଇଲା ? ସେ ବ୍ୟକ୍ତି ଜଣକ କିଏ ବୋଲି ସେ  ପ୍ରଶ୍ନ କରିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook