Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଯିଏ ରାଜ୍ୟରେ ଆଇନଶୃଙ୍ଖଳା କଥା କହୁଛନ୍ତି, ବେବିନା ଓ ଇତିଶ୍ରୀ ଭଳି ଘଟଣା ବେଳେ ସେ କୁଆଡ଼େ ଥିଲେ?

    Share on :
    ajab-Image
    Date: Apr 14, 2025    Views: 4001

    ଭୁବନେଶ୍ବର: ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯେଉଁ ଟ୍ବିଟ୍ କରିଛନ୍ତି, ତାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଶିଳ୍ପମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ବାଇଁ। ବରିଷ୍ଠ ବିଜେପି ନେତା ଶ୍ରୀ ସ୍ବାଇଁ କହିଛନ୍ତି, ପ୍ରଣବ ବଳବନ୍ତରାୟଙ୍କ ଉପରେ ତାଙ୍କ ନିଜ ଦଳର ଲୋକେ ଆକ୍ରମଣ କରିଛନ୍ତି। ନବୀନ ବାବୁଙ୍କ ଟ୍ବିଟ୍ ହାସ୍ୟାସ୍ପଦ। ନବୀନ ବାବୁ ବୁଝିବା ଦରକାର ଯେ ତାଙ୍କ ଦଳରେ ଆଉ ଶୃଙ୍ଖଳା ନାହିଁ। ହାଇକମାଣ୍ଡଙ୍କୁ କେହି ମାନିବା ସ୍ଥିତିରେ ଆଉ ନାହାନ୍ତି। ବିଜେଡି ଏବେ ନିଶ୍ଚିହ୍ନ ହୋଇଯିବ। ଯିଏ ରାଜ୍ୟରେ ଆଇନଶୃଙ୍ଖଳା କଥା କହୁଛନ୍ତି, ମାହାଙ୍ଗା ଡବଲ ମର୍ଡର, ବେବିନା ଓ ଇତିଶ୍ରୀ ଭଳି ଘଟଣା ବେଳେ ସେ କୁଆଡ଼େ ଥିଲେ?
    ସୂଚନାଯୋଗ୍ୟ,  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟ୍ବିଟ୍ କରି ଲେଖିଥିଲେ ଯେ ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ଖୋଲା ଦିବାଲୋକରେ ସଂଘବଦ୍ଧ ଆକ୍ରମଣ ରାଜ୍ୟରେ ବିପର୍ୟ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି। ଜନପ୍ରତିନିଧିମାନେ ଯଦି ରାଜ୍ୟରେ ଅସୁରକ୍ଷିତ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅସାମାଜିକ ବ୍ୟକ୍ତି ତଥା କାର୍ୟ୍ୟକଳାପକୁ ରୋକିବାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା, ସ୍ଥାଣୁ ତଥା ଏକପାଖିଆ ମନୋଭାବ ଏପରି ଘଟଣାକୁ ଆହୁରି ପ୍ରୋତ୍ସାହିତ କରୁଛି। ସରକାର ରାଜନୈତିକ ହିଂସାକୁ ପ୍ରୋତ୍ସାହିତ ନ କରି ତୁରନ୍ତ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook