Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡି ନେତା ଜୟନାରାୟଣଙ୍କ ନାଁ ଶୁଣିବା ମାତ୍ରେ ଛାନିଆ ହୋଇଯାଉଛନ୍ତି :ବିଜେପି

    Share on :
    ajab-Image
    Date: Sep 9, 2023    Views: 2986

    ଭୁବନେଶ୍ୱର:  ବିଜେଡିର ନେତାମାନେ ଏବେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ନାଁ ଶୁଣିବା ମାତ୍ରେ ଡ଼ରିକି ଛାନିଆ ହୋଇଯାଉଛନ୍ତି । ସେହି ଡରରୁ ବଂଚିବା ପାଇଁ ସେମାନଙ୍କ ପାଇଁ ଏବେ ୫-ଟି ଚାଳିଶା ଭରଷା । ବିଜେଡି ନେତାମାନେ ଏବେ କେତେ ମାନସିକ ଦୁଶ୍ଚିନ୍ତାରେ ବଂଚୁଛନ୍ତି ତାହା ତାଙ୍କ ବକ୍ତ୍ୟବରୁ ବୁଝାପଡି ଯାଉଛି ।  ଆଉ କିଛି ଦିନ ପରେ ବିଧାନସଭା । ଆଗାମୀ ବିଧାନସଭାରେ ଜୟ ନାରାୟଣଙ୍କୁ କେମିତି ସାମ୍ନା କରିବେ ସେଥିପାଇଁ ବିଜେଡି ଦଳର ନେତାମାନେ ଏବେଠୁ ଭାରି ଭୟଭିତ ହୋଇ ଦିନ କାଟୁଛନ୍ତି ବୋଲି ଏକ ପ୍ରେସ ବାର୍ତାରେ ବିଜେପି ଗଣମାଧ୍ୟମ ମୁଖ୍ୟ  ଦିଲୀପ ମଲ୍ଲିକ କହିଛନ୍ତି ।

    ଜୟ ନାରାୟଣଙ୍କ ସ୍ୱାସ୍ଥ୍ୟକୁ ନେଇ ଅରୁଚିକର ଓ ଶସ୍ତା ବକ୍ତ୍ୟବ ଦେଉଥିବା ବିଜେଡିର ନେତାମାନେ ତାଙ୍କର ମୁଖିଆଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଟିକେ ଖବର ରଖନ୍ତୁ । ମୁଖ୍ୟମନ୍ତ୍ରୀ ଚାଲିବୁଲି ପାରୁଛନ୍ତି ତ? ମୁଖ୍ୟମନ୍ତ୍ରୀଙ୍କର ମାନସିକ ଓ ଶାରୀରିକ ଅବସ୍ଥା ଠିକ ଅଛିକି ନାହିଁ ସେନେଇ ଲୋକଙ୍କ ମନରେ ସନ୍ଦେହ ହେଲାଣି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

    ରାଜ୍ୟରେ ଯେଉଁଭଳି ଅଗଣତାନ୍ତ୍ରିକ ବ୍ୟବସ୍ଥା ଚାଲିଛି ତାହା ବିରୋଧରେ ଭାରତୀୟ ଜନତା ପାର୍ଟିର ଲଢେ଼ଇ ସହିତ ସାରା ଓଡିଶା ଲୋକ ଠିଆ ହୋଇଛନ୍ତି । ୫ଟି ନାଁରେ ଯେଉଁଭଳି ଭାବରେ ୫୦% ପିସି ଆଦାୟ କରାଯାଇଛି ତାହା ଓଡିଶା ଲୋକଙ୍କ ଦୁଃଖକୁ ଆହୁରି ଦୁଇ ଗୁଣ କରୁଛି । ନବୀନ ବାବୁ ଏସି ଲଗେଇ ଆରାମ କରୁଛନ୍ତି; ଆଉ ଏପଟେ ଓଡିଶା ଲୋକ ଛଟପଟ ହେଲେଣି ଦୁର୍ନୀତି, ଭ୍ରଷ୍ଟାଚାର ଆଉ ଗୁଣ୍ଡାରାଜରେ । ୫ଟି ଯନ୍ତ୍ରଣାରୁ ଓଡିଶାଲୋକେ ସବୁଦିନ ପାଇଁ ମୁକ୍ତି ପାଇବା ପାଇଁ ବ୍ୟାକୁଳ ହେଲେଣି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook