Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନବୀନ ଚଷୀଙ୍କ ପାଇଁ ଗୃହରେ ୧୫ ମିନିଟ କହିପାରିନାହାନ୍ତି: ଟଙ୍କଧର

    Share on :
    ajab-Image
    Date: Feb 25, 2026    Views: 2651

    ଭୁବନେଶ୍ୱର: ବିରୋଧୀଦଳ ନେତାଙ୍କୁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଖୋଲା ଆହ୍ବାନ ଦେଇଛନ୍ତି। ଗୃହକୁ ଖୋଲା ବିତର୍କ ପାଇଁ ଆସନ୍ତୁ ବୋଲି ଟଙ୍କଧର ଆହ୍ବାନ ଦେଇଛନ୍ତି। ବିଜେଡି ଶାସନରେ ଚାଷୀ ଆତ୍ମହତ୍ୟା ହେଇଛି ନା ନାହିଁ କୁହନ୍ତୁ ବୋଲି ସେ କହିଛନ୍ତି। ବିରୋଧୀଦଳ ନେତା ଚଷୀଙ୍କ ପାଇଁ ଗୃହରେ ୧୫ ମିନିଟ କହିପାରିନାହାନ୍ତି।‘ନୂଆପଡ଼ା ଉପନିବାର୍ଚନରେ ଲୋକେ ତାଙ୍କୁ ଜବାବ ଦେଇଛନ୍ତି ବୋଲି ବିଧାୟକ ତ୍ରିପାଠୀ କହିଛନ୍ତିି।ଚାଷୀ ସମସ୍ୟା ନେଇ ବିଜେଡି ବିକ୍ଷୋଭ ଚଳାଇଛି । ଭୁବନେଶ୍ବର ଲୋୟର PMGରେ ବିଜେଡିର ଚାଷୀ ସୁରକ୍ଷା ସମାବେଶ ଆରମ୍ଭ ହୋଇଛି । ଏଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେଇ ଗର୍ଜିଛନ୍ତି  । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି ବିରୋଧୀ ଦଳ ନେତା ।ନବୀନ କହିଛନ୍ତି, ଖୁବ ଶୀଘ୍ର ଏ ସରକାର ଦୁଇବର୍ଷ ପୂରଣ କରିବାକୁ ଯାଉଛି । ନିର୍ବାଚନ ସମୟରେ ବହୁତ ବଡ଼ ବଡ଼ କଥା କହୁଥିଲେ, କିନ୍ତୁ କିଛି ମିଳିଲା ନାହିଁ । ବିଜେଡି ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନା କରିଥିଲା ।କିନ୍ତୁ ଡବଲ ଇଞ୍ଜିନ ସରକାର କିଛି କରିନି । ସାର ମିଳୁନି, ଧାନ କିଣୁନାହାନ୍ତି ସରକାର, କଟନୀ ଛଟଣି ହେଉଛି । ଯେଉଁ ଚାଷୀମାନେ ଅଭିଯୋଗ କରୁଛନ୍ତି ସେମାନଙ୍କୁ ମିଛ ବୋଲି କହୁଛନ୍ତି ସରକାର ।  ବିଜେଡି ଚାଷୀଙ୍କ ହକ୍‌ ପାଇଁ ଲଢ଼େଇ ଜାରି ରଖିବ।” ୭୨ ଘଣ୍ଟାରେ ଧାନ କିଣା ଯାଉ।  ୪୮ଘଣ୍ଟାରେ DBT ମାଧ୍ୟମରେ ଚାଷୀଙ୍କୁ ଦିଆଯାଉ । ପ୍ରଚାର ପ୍ରସାରରେ ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଚାଷୀଙ୍କ ପାଇଁ କିଛି ନାହିଁ  । ସରକାରଙ୍କ ନିଦ ହଜାଇଦେବୁ ବୋଲି ଚେତାବନୀ ଦେଇଛନ୍ତି ନବୀନ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook