Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ଭବିଷ୍ୟତ ପାଇଁ ଆଦୈା ଚିନ୍ତିତ ନୁହଁନ୍ତି ବିଜେଡି ସରକାର : ବିଜେପି

    Share on :
    ajab-Image
    Date: May 22, 2023    Views: 3051

    ଭୁବନେଶ୍ୱର : ଓପିଏସ୍‌ସି ଦୁର୍ନୀତି ନେଇ ବିଜେପିର ପ୍ରେସମିଟ୍। ରାଜ୍ୟର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ଭବିଷ୍ୟତ ପାଇଁ ଆଦୈା ଚିନ୍ତିତ ନୁହଁନ୍ତି ବିଜେଡି ସରକାର । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତିକୁ ନେଇ ବହୁ ଦୁର୍ନୀତି ଓ ଅନିୟମିତତା ପଦାକୁ ଆସିଛି । ଅତୀତରେ ଆରଆଇ ଓ ଅମିନ ପରୀକ୍ଷାରେ ଦୁର୍ନୀତି ହୋଇଥିଲା । ରାଜ୍ୟରେ ଜାଲ୍ ସାର୍ଟିଫିକେଟ, ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି । ବିଜେଡି ସରକାରର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ସରକାରୀ ନିଯୁକ୍ତିରେ ଚଂଚକତା କରାଯାଇ ଯୁବକଯୁବତୀଙ୍କ ଭବିଷ୍ୟତକୁ ଅନ୍ଧକାରମୟ କରାଯାଉଥିବାବେଳେ ବର୍ତମାନ ଏଏସଓ ନିଯୁକ୍ତିରେ ଘୋଟାଲା ଛାତ୍ରଛାତ୍ରୀ ଓ ଯୁବକଯୁବତୀଙ୍କ ଭିତରେ ନିରାଶା ଓ ହତାସର ବାତାବରଣ ସୃଷ୍ଟି କରିଦେଇଛି । ଓଡ଼ିଶାର ଯୁବକଙ୍କ ଭବିଷ୍ୟତକୁ ନଷ୍ଟ କରିବାର ଅଧିକାର ରାଜ୍ୟ ସରକାରଙ୍କୁ କିଏ ଦେଲା ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ୟ୍ୟ ପ୍ରଶ୍ନ କରିଛନ୍ତି ।
     ରାଜ୍ୟ କାର୍ୟ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଆଚାର୍ୟ୍ୟ କହିଛନ୍ତି ଯେ, ଓପିଏସସି ଦ୍ୱାରା ଏଏସଓ ପରୀକ୍ଷା ସମ୍ପୂର୍ଣ୍ଣ ଅନୈତିକ । ୨୦୨୧-୨୨ରେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ୭୯୬ଟି ଆସିଷ୍ଟାଂଟ ସେକ୍ସନ ଅଫିସର (ଏଏସଓ) ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ ଦେଢ଼ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ମୂଳରୁ ବିବାଦ ଘେରରେ ଥିବା ଏହି ପରୀକ୍ଷାରେ ୧୧୦୪ଜଣଙ୍କ ମେରିଟଲିଷ୍ଟରେ ନାଁ ପ୍ରକାଶିତ ହୋଇଥିଲା । ଏହା ପରେ ପ୍ରକାଶ ପାଇଥିବା ଚୂଡାନ୍ତ ତାଲିକାଟି ସଂପୂର୍ଣ୍ଣ ଅନୈତିକ ଭାବେ ପ୍ରସ୍ତୁତ ହେବାକୁ ନେଇ ମାନ୍ୟବର ହାଇକୋର୍ଟ କ୍ଷୋଭ ପ୍ରକାଶ କରି ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କରିବା ସହିତ କଡା ଭାଷାରେ ଓପିଏସିକୁ ମଧ୍ୟ ତାଗିଦ୍ କରିଛନ୍ତି । ଏଥି ସହ ଆଉ ଥରେ ନୂତନ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ମାନ୍ୟବର ହାଇକୋର୍ଟ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ।

    ଏଏସଓ ପଦବୀ ପାଇଁ ପରୀକ୍ଷା ଦେଇଥିବା ଯୁବକଯୁବତୀଙ୍କ ଭବିଷ୍ୟତ କଣ ହେବ ? କେବଳ ସେତିକି ନୁହେଁ ଯେଉଁ ପରୀକ୍ଷାର୍ଥୀମାନେ ଉତୀର୍ଣ୍ଣ ହୋଇଛନ୍ତି ତାଙ୍କୁ ମଧ୍ୟ ପ୍ରତାରଣା କରିଛି ରାଜ୍ୟ ସରକାର । କାରଣ ତାଙ୍କ ପରିବାର ଏବଂ ସେମାନେ ମଧ୍ୟ ଓପିଏସ୍‌ସିର ଭୁଲ ପଦ୍ଧତି, ସରକାରଙ୍କ ଖାମଖିଆଲ ମନୋଭାବ ଓ ଦୁର୍ନୀତି ଯୋଗୁଁ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶାସକ ବିଜେଡିର ଇଙ୍ଗିତରେ ଓପିଏସସି ବର୍ତମାନ ଦୁର୍ନୀତିର ଗନ୍ତାଘର ସାଜିଛି ଏବଂ ରାଜ୍ୟ ସରକାର ଏହାର ରିଙ୍ଗ୍ ମାଷ୍ଟର ସାଜିଛନ୍ତି ବୋଲି ଶ୍ରୀ ଆଚାର୍ୟ୍ୟ କହିଛନ୍ତି ।

    ମୁଖ୍ୟମନ୍ତ୍ରୀ ନବୀନ ବାବୁ ବିଶ୍ୱଦରବାରରେ ୧ନଂ ବୋଲି ତାଙ୍କ ଦଳର ନେତା, ମନ୍ତ୍ରୀମାନେ ଡିଣ୍ଡିମ ପିଟୁଛନ୍ତି କିନ୍ତୁ ରାଜ୍ୟ ସରକାର ଓଡିଶାର ଲକ୍ଷ ଲକ୍ଷ ମେଧାବୀ, ଶିକ୍ଷିତ ଯୁବକଯୁବତୀଙ୍କୁ ଭବିଷ୍ୟତକୁ ନେଇ ଖେଳୁଛନ୍ତି । ଏ କ’ଣ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଗୁଡ ଗଭର୍ଣ୍ଣେନ୍ସର ମଡେଲରେ କି? ଏହା ୫ଟି ସରକାରର କେଉଁ ପ୍ରକାର ଟ୍ରାନ୍ସପରେନ୍ସି ? ରାଜ୍ୟ ସରକାରଙ୍କ ‘କଥା ନୁହେଁ କଠିନ ପରିଶ୍ରମର’ ମଡେଲ କି ବୋଲି ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବା ଉଚିତ୍ ବୋଲି ଶ୍ରୀ ଆଚାର୍ୟ୍ୟ ଦାବୀ କରିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook