ମୁଖ୍ୟ ଖବର
ନୂଆପଡା,: ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଆଜି ନୂଆପଡାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରଚାର କରିଛନ୍ତି। ନୂଆପଡ଼ା ପଞ୍ଚମପୁରରେ ଜୟଙ୍କ ପାଇଁ ଭୋଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଚାର ସମୟରେ ବିଜେଡି ଓ କଂଗ୍ରେସକୁ ବିଷ୍ଣୁଦେବ ସାଏ କଡ଼ା ସମାଲୋଚନା କରିଛନ୍ତି। ବିଷ୍ଣୁଦେବ କହିଛନ୍ତି, କଂଗ୍ରେସ ୫୦ ବର୍ଷ ଓ ବିଜେଡି ୨୪ ବର୍ଷ ଶାସନ କରିଛି। ଆପଣମାନେ ଉଭୟ ଦଳର ଶାସନ ବ୍ୟବସ୍ଥା ଦେଖିଲେ। ବର୍ତ୍ତମାନର ଭାଜପା ସରକାରଙ୍କୁ ମଧ୍ୟ ଦେଖୁଛନ୍ତି। ଆମ ଦଳ ହେଉଛି ବିଶ୍ବର ସବୁଠାରୁ ବଡ଼ ରାଜନୈତିକ ଦଳ। ୨୪ ବର୍ଷ ଶାସନରେ ନବୀନ ବାବୁ ଓଡ଼ିଆ ଶିଖିପାରିଲେନି। କଂଗ୍ରେସ ପରିବାରବାଦକୁ ଛାଡ଼ି ପାରିନି, ମାତ୍ର ଭାଜପାରେ ଏହି ପରମ୍ପରା ନାହିଁ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଗୁରୁବାର ଉପନିର୍ବାଚନ ପ୍ରଚାର ପାଇଁ ନୂଆପଡା ଗସ୍ତରେ ଯାଇଛନ୍ତି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ରଖି ଭାଜପା ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ନେବାକୁ ଦଳ ଚିନ୍ତା କରିଛି। ନୂଆପଡା ନିର୍ବାଚନମଣ୍ଡଳୀ ଛତିଶଗଡ଼ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳ ଅଟେ। ଏହି ଅଞ୍ଚଳର ଅଧିକାଂଶ ଲୋକ ଛତିଶଗଡ ଉପରେ ନିର୍ଭରଶୀଳ ଅଟନ୍ତି। ତେଣୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଦ୍ୱାରା ନୂଆପଡା ଭୋଟରଙ୍କ ଉପରେ ପ୍ରଭାବ ପଡିବ ବୋଲି କୁହାଯାଉଛି।
Comments ସମସ୍ତ ମତାମତ