ଭୁବନେଶ୍ୱର: ବାତ୍ୟା ପରେ ଏବେ କଥା କଟାକଟି ଶାସକ ଓ ବିରୋଧୀ । ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଶାସକ ଦଳକୁ ଟାର୍ଗଟେ କରିଥିଲେ । ବିଜେଡି ମୁଖପାତ୍ର ଲେଖାଶ୍ରୀଙ୍କ ପ୍ରତିକ୍ରିୟାର ଜବାବ ରଖିଲା ବିଜେପି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର ବିଜେଡ଼ିକୁ କାଉଣ୍ଟର କରି କହିଛନ୍ତି, "ନବୀନଙ୍କ ବନ୍ଦନା କରିବା ବିଜେଡିର ବ୍ରତ । ପ୍ରାକୃତିକ ବିପର୍ୟୟ ବେଳେ ରାଜନୀତି ହୋଇନଥାଏ । ସରକାର ସଫଳ ପରିଚାଳନା କରିଛନ୍ତି । ବିଜେଡିର କିଛି ନେତା ନେତ୍ରୀ ହେଉଛନ୍ତି ହାବିଚୁଆଲ କମ୍ପ୍ଲେନାଣ୍ଟ । ନବୀନଙ୍କ ବନ୍ଦନା କରିବା ବିଜେଡିର ବ୍ରତ। ପ୍ରାକୃତିକ ବିପର୍ୟୟ ବେଳେ ରାଜନୀତି ହୋଇନଥାଏ । ସରକାର ସଫଳ ପରିଚାଳନା କରିଛନ୍ତି। ୟାସ ବାତ୍ୟା ବେଳେ କଣ ବିଜେଡି ସରକାର ଇଭାକ୍ୟୁସନ କରିନଥିଲେ, ସେତେବେଳେର ଶ୍ୱେତପତ୍ର ଦିଅନ୍ତୁ । ବିଜେଡି ସଭାପତି ବାତ୍ୟା ବେଳେ ନବୀନ ନିବାସରେ ତାଟି ଯାକିକି ଲୁଚନ୍ତି । ହେଲେ ଏବେ ମୁଖ୍ୟମନ୍ତ୍ରୀ କେମିତି ଲୋକଙ୍କ ସୁଖ ଦୁଃଖ ବୁଝୁଥିଲେ । ପୂରା ଆକ୍ଟିଭ ଥିଲେ । ନବୀନ କେବେ ଏମିତି କରିନାହାନ୍ତି । ଆମେ ଲୋକଙ୍କ ସହ ଅଛୁ ଏବେ ବି ସୁଖ ଦୁଃଖ ବୁଝୁଛୁ। ପୂର୍ବ ବାତ୍ୟାରେ ମୃତ୍ୟୁ ବରଣ ଘଟିଛି କିନ୍ତୁ ଚିତ୍ରଗୁପ୍ତ ଏହାକୁ ଚପେଇଦେଇ ଜିରୋ କାଜୁୟାଲିଟି କଥା କହୁଥିଲେ ।"
Comments ସମସ୍ତ ମତାମତ