Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଲଣ୍ଠନ ଧରି ରାଜରାସ୍ତାରେ ବିଜେପିର ଧାରଣା,କାରଣ କ’ଣ ଜାଣନ୍ତୁ

    Share on :
    ajab-Image
    Date: May 24, 2023    Views: 3141

     ଭୁବନେଶ୍ୱର: ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ବିଜେପିର ଅଭିନବ ଧାରଣା । ଲଣ୍ଠନ ଧରି ରାଜରାସ୍ତାରେ ପ୍ରତିବାଦ କରିଛି ଦଳ । ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଏହି ଧାରଣାରେ ଅନେକ ବିଜେପି କର୍ମୀ ସାମିଲ ହୋଇଥିଲେ । ଏବେ ରାଜ୍ୟରେ ୪୦ ଡିଗ୍ରୀ ଉପରେ ପାରଦ ରହୁଛି । ଏହି ସମୟରେ ବିଦ୍ୟୁତ କାଟ ହେଉଥିବାରୁ ହଇରାଣ ହେଉଛନ୍ତି ଲୋକେ । ଏହାର ସମାଧାନ ନହେଷଳ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଦଳ ଚେତାବନୀ ଦେଇଛି ।
    କାମ୍ର ନିର୍ବାଚନମଣ୍ଡଳୀ ରାଜାରାଣୀ ମଣ୍ଡଳର ବଡ଼ଗଡ଼ ବ୍ରିଟ, ବ୍ରହ୍ମେଶ୍ୱର, ବିଜେବି ନଗର, ନାଗେଶ୍ୱର ଟାଙ୍ଗୀ ଓ ଚିନ୍ତାମଣିଶ୍ୱର ଆଖପାଖ ଅଞ୍ଚଳରେ ଘନଘନ ବିଜୁଳି କାଟ ପ୍ରବଳ ଅସନ୍ତୋଷ ସୃଷ୍ଟି କରିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ବିଦ୍ୟୁତ କାଟ ହେବ ନାହିଁ ବୋଲି ଶକ୍ତି ମନ୍ତ୍ରୀ କହିବା ପରଠାରୁ ବିଦ୍ୟୁତ କାଟ ବଢ଼ି ବଢ଼ି ଚାଲିଛି । ତାଙ୍କ କଥାରେ କି କାମରେ କୌଣସିରେ ଶକ୍ତି ନାହିଁ ବୋଲି କହିଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ।

    ଏଥିସହିତ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ରାଜାରାଣୀ ମଣ୍ଡଳ ପକ୍ଷରୁ ବଡ଼ଗଡ଼ ସ୍କୁଲ ଛକରୁ ବିଜେବିନଗର ସ୍ଥିତ ଇଲେକ୍ଟ୍ରି ସବଡିଭିଜନ ଅଫିସ୍ ପର୍ୟ୍ୟନ୍ତ ଲଣ୍ଠନ ଧରି ପଦଯାତ୍ରା କରାଯାଇଛି। ଆଗାମୀ ଦିନରେ ପ୍ରତ୍ୟେକ ବିଦ୍ୟୁତ ଅଫିସ୍‌ ସାମ୍ନାରେ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook